jayashree

ବିନ୍ଧ୍ୟବାସିନୀ ସ୍ନାତକ ମହା ବିଦ୍ୟାଳୟରେ ଷ୍ଟାର୍ଟଅପ୍ ଇନୋଭେସନ ପ୍ରୋଗ୍ରାମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ନବସୃଜନ ଉଦ୍ୟୋଗକୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବଡ଼ ପରିବର୍ତ୍ତନ ସବୁବେଳେ ବଡ଼ ଚିନ୍ତାରୁ ନୁହେଁ, ଏକ ଛୋଟ ନୂଆ ଧାରଣାରୁ ମଧ୍ୟ ଆରମ୍ଭ ହୋଇପାରେ ବୋଲି ଅଧ୍ୟକ୍ଷ ଶ୍ରୀ ବାରିକ ମତ ରଖିଥିଲେ । ଇଂରାଜୀ ବିଭାଗର ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ପ୍ରଦୀପ୍ତ କୁମାର ସାହୁ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ଧାରଣା ଦେବା ସହିତ ସେ ଦିଗରେ କାର୍ଯ୍ୟ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ପ୍ରାଧ୍ୟାପକ ପ୍ରଭାତ କୁମାର ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଆମନିର୍ଭର ହେବା ପାଇଁ ପ୍ରେରଣା ଦେଇଥିଲେ । ଅଧ୍ୟାପକ ପ୍ରଦୀପ କୁମାର ଦେୱାନ ନୂଆ ନୂଆ ଚିନ୍ତାଧାରା ଉପରେ ମନ୍ତବ୍ୟ ରଖିଥିବା ବେଳେ ପ୍ରାଧ୍ୟାପିକା ମୀନା କୁମାରୀ ସାହୁ ମଧ୍ୟ ନବସୃଜନାତ୍ମକ ଶକ୍ତି ମାଧ୍ୟମରେ କାମ କରି ଆଗକୁ ବଢିବା ପାଇଁ ପ୍ରେରଣା ଦେଇଥିଲେ । ଏହି ଅବସରରେ ଷ୍ଟାର୍ଟଅପ୍ ଇନୋଭେସନ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ସହ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । କୃତି ଛାତ୍ରଛାତ୍ରୀମାନେ ହେଲେ ସୌମ୍ୟରଞ୍ଜନ ହୋତା (ପ୍ରଥମ), ଭାରତୀ ପଟେଲ (ଦ୍ୱିତୀୟ) ଓ ସୁରଜ ପ୍ରଧାନ (ତୃତୀୟ) । ସଭା ଶେଷରେ ଅଧ୍ୟାପିକା ପୁଷ୍ପ ମଞ୍ଜରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସଭାଟିକୁ ସଫଳ କରିବାରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.