ସ୍ୱେଚ୍ଛାସେବୀ ଅଭୟଙ୍କ ପ୍ରୟାସରେ ଦୁଇ ହିତାଧିକାରୀ ପାଇଲେ ସରକାରୀ ଭତ୍ତା

ବରଗଡ, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ଗରୀବ ଲୋକଙ୍କ ପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜନା କରିଥିଲେ ମଧ୍ୟ ଲୋକଙ୍କ ସଚେତନତା ଅଭାବରୁ କୁହନ୍ତୁ ବା ସରକାରୀ ବାବୁମାନଙ୍କ ଅପାରଗତା ଲାଗି ହେଉ ଅନେକ ସ୍ଥଳରେ ପ୍ରକୃତ ହିତାଧିକାରୀ ଏହାର ସୁବିଧା ଉଠାଇ ପାରନ୍ତିନାହିଁ । ଏମିତି ହିଁ କିଛି ଘଟଣା ଘଟିଥିଲା ବରଗଡ଼ ଜିଲ୍ଲା ଭଟଳି ବ୍ଲକ ଅନ୍ତର୍ଗତ ମେଣ୍ଢାପାଲି ଗ୍ରାମର ସୁକଦେବ ବାଗ ଏବଂ ଭଗବାନ ଖଡ଼ିଆଙ୍କ କ୍ଷେତ୍ରରେ । ବିଡମ୍ବନାର ବିଷୟ ଯେ, ଉଭୟ ଯୋଗ୍ୟ ହିତାଧିକାରୀ ହୋଇ ମଧ୍ୟ ସରକାରୀ ଭତ୍ତା ପାଇବାରୁ ବଞ୍ଚିତ ରହିଥିଲେ । ଘଟଣା ଦୁଇଟି ଅମ୍ବାଭୋନା ଗ୍ରାମର ଯୁବ ସ୍ବେଚ୍ଛାସେବୀ ଅଭୟ କୁମାର ପଣ୍ଡାଙ୍କ ନଜରରେ ଆସିବା ପରେ ସେ ସରକାରୀ ସ୍ତରରେ ଭତ୍ତା ଯୋଗାଇ ଦେବାକୁ ବରଗଡ ଜିଲ୍ଲା ଏବଂ ବ୍ଲକ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ଶସକ୍ତିକରଣ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସେମାନଙ୍କୁ ଯଥାଶୀଘ୍ର ମଧୁ ବାବୁ ଯୋଜନାରେ ଭତ୍ତା ପ୍ରଦାନ କରିବାକୁ ଅନୁରୋଧ କରିଥିଲେ । ଅଭୟଙ୍କ ଏହି ଅନୁରୋଧ କ୍ରମେ ସୁକଦେବ ବାଗ ଏବଂ ଭଗବାନ ଖଡ଼ିଆଙ୍କୁ ଗତ ମାସ ମଧୁବାବୁ ଯୋଜନାରେ ଭତ୍ତା ପ୍ରଦାନ କରାଯାଇଛି । ଉଭୟ ସୁକଦେବ ଓ ଭଗବାନଙ୍କ ପରିବାର ତରଫରୁ ଅଭୟଙ୍କ ବଦାନ୍ୟତା ପାଇଁ ତାଙ୍କୁ ସାଧୁବାଦ ସହ ଶୁଭାଶିଷ ଦିଆଯାଉଥିବା ବେଳେ ଅଞ୍ଚଳରେ ଏହି ମହତ୍ କାର୍ଯ୍ୟ ପାଇଁ ଖୁବ୍ ପ୍ରଶଂସା ସାଉଁଟିଛନ୍ତି ଅଭୟ ।

Leave A Reply

Your email address will not be published.

eleven − 2 =