pakka

ସବଜଜ୍ କୋର୍ଟର ଷ୍ଟେନୋଙ୍କ ସ୍ଵାମୀ ଧନେଶ୍ଵର ବେହେରାଙ୍କ ସନ୍ଦେହଜନକ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ସବଜଜ୍ କୋର୍ଟର ଷ୍ଟେନୋ ସସ୍ମିତା ଦଳେଇଙ୍କ ସ୍ଵାମୀ ଧନେଶ୍ୱର ବେହେରାଙ୍କ ଗତକାଲି ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଗତକାଲି ଧନେଶ୍ଵରଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ପାଟଣାଗଡ ଡାକ୍ତରଖାନାକୁ ଷ୍ଟେନୋ ସସ୍ମିତା ଦଲେଇ ନେଇ ଆସିଥିଲେ । ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଧନେଶ୍ଵରଙ୍କ ମୃତ୍ୟୁ ହୋଇଯାଇଥିବା ଜଣାଇଥିବା ସହ ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବକୁ ଜବତ କରି ଶବ ଗୃହରେ ରଖି ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ଏନେଇ ଧନେଶ୍ୱରଙ୍କୁ ତାଙ୍କ ସ୍ତ୍ରୀ ତଣ୍ଟି ଚିପି ହତ୍ୟା କରିଥିବା ନେଇ ପରିବାର ଲୋକେ ପାଟଣାଗଡ଼ ଥାନାରେ ଅଭିଯୋଗ ଆଣିଛନ୍ତି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

eleven − three =