jayashree

ଗଜଲକ୍ଷ୍ମୀ ପୂଜାରେ ରକ୍ତଦାନ : ୪୬ ୟୁନିଟ ରକ୍ତ ସଂଗ୍ରହ

ବରଗଡ଼, (ନିରୋଜ କୁମାର ପାଣୀ) : ଗଜଲକ୍ଷ୍ମୀ ପୂଜା ଅବସରରେ ସ୍ୱର୍ଗତ ତ୍ରିଲୋଚନ ବାଗଙ୍କ ସ୍ମୃତିରେ ଡାଙ୍ଗ ଗ୍ରାମ ଏବଂ ବୀରମାଲ ଚାରଛକଠାରେ ସଂକଳ୍ପ ପରିବାର ଓ ସ୍ଥାନୀୟ ଗଜଲକ୍ଷ୍ମୀ ପୂଜା କମିଟିର ମିଳିତ ଆନୁକୂଲ୍ୟରେ ଦୁଇଟି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଓ ଲଗାଣ ବର୍ଷା ସତ୍ତ୍ୱେ ଡାଙ୍ଗ ଶିବିରରୁ ୩୫ ୟୁନିଟ୍ ଏବଂ ବୀରମାଲ ଚାରଛକ ଶିବିରରୁ ୧୧ ୟୁନିଟ୍, ମୋଟ ୪୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ବରଗଡ଼ ରକ୍ତଭଣ୍ଡାର କର୍ମଚାରୀଙ୍କ ସହଯୋଗରେ ଶିବିର ଦୁଇଟି ସଫଳ ହୋଇଥିଲା । ଏହି ଅବସରରେ ଉଭୟ ପୂଜା କମିଟିର ସଦସ୍ୟଙ୍କ ସହ ସଂକଳ୍ପ ପରିବାରର ସଭାପତି ବିକାଶ ଅଗ୍ରୱାଲ, ସୁରେନ୍ଦ୍ର ଭୁଏ, ଦେବାଶିଷ ଡାଙ୍ଗ, ଆକାଶ ପାଣ୍ଡେ ଓ ରଞ୍ଜିତ ସାହୁ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ । ପ୍ରତିକୂଳ ପାଗରେ ମଧ୍ୟ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତାଙ୍କୁ ସଂକଳ୍ପ ପରିବାର ପକ୍ଷରୁ ଧନ୍ୟବାଦ ଜଣାଯାଇଛି ।

Leave A Reply

Your email address will not be published.