pakka

ଦାବିରି ରେଲୱେଲାଇନ ମର୍ଡର ଘଟଣା : ପୋଲିସର ବଡ ସଫଳତା

bbehera

ଖବରଦାତା ସମ୍ମିଳନୀରେ ପ୍ରକାଶ : ୩ ଅଭିଯୁକ୍ତ କୋର୍ଟ ଚାଲାଣ
ମାଟିତଳୁ ମୃତ କଂକାଳ ଉଦ୍ଧାରର ୪ ମାସ ପରେ ପୋଲିସ ରାଂଚିରୁ ଗିରଫ କଲା

କଂଟାବାଂଜି, (ମନୀଷ କୁମାର ହଂସ) : ଆଜି ବଲାଙ୍ଗିର ଜିଲ୍ଲା କଂଟାବାଂଜି ପୋଲିସର ଏକ ଖବରଦାରତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପୋଲିସ ଖବରଦାତା ସମ୍ମିଳନୀରେ ଦେଇଥିବା ପ୍ରେସ ବିଜ୍ଞପ୍ତି ମୁତାବକ ଗତ ୨୦୨୦ ମସିହା ନଭେମ୍ବର ମାସରେ ଲଳିତ ଅନସାରୀ(୨୫) ନାମକ ନିଖୋଜ ହୋଇଥିବା ଘଟଣା ତା’ର ପିତା ମନନ ଅନସାରି ଓ ମାତା ସୁକତ ଅନସାରି ନିବାସୀ ସକ୍ରା ଥାନା ମନ୍ଦରା ଜିଲ୍ଲା- ରାଂଚି କଂଟାବାଂଜି ପୋଲିସରେ ଅଭିଯୋଗ କରିଥିଲେ । ତେବେ ଏହି ଅଭିଯୋଗ ଉପରେ କଂଟାବାଂଜି ପୋଲିସ ଥାନା କେସ ନଂ. ୩୩୨/୩୧/୧୨/୨୦୨୧ ଅନୁସାରେ କଂଟାବାଂଜି ପୋଲିସ ଅଧିକ ଅନୁସଂଧାନ କରିବା ମଧ୍ୟରେ ତାହା ହତ୍ୟା କରି ମାଟି ତଳେ ପୋତି ଦେଇଥିବା ଘଟଣା ପର୍ଦ୍ଦାଫସ ହୋଇଥିଲା । ପରେ ଗତ ୩୦/୧/୨୦୨୨ରେ ମୃତକର ନର କଂକାଳ ଦାବରି ଗାଁ ନିକଟସ୍ଥ ରେଲ ଲାଇନ କଢ ରେଲ ଜମିରୁ ଉଦ୍ଧାର କରାଯାଇଥିଲା । ଏହା ପରେ ପୋଲିସ ଅଧିକ ଛାନଭିିନ କରିବା ସହିତ ପୋଲିସର ବିଭିନ୍ନ ଦିଗରୁ୍‌ ଅନୁସଂଧାନ ପରେ ହତ୍ୟା କରି ପୋତି ଦେଇଥିବା ପ୍ରମାଣ ହୋଇଥିଲା । ପ୍ରକାଶ ଥାଉକି ଝାରଖଣ୍ଡ ରାଜ୍ୟ ରାଂଚି ଜିଲ୍ଲା ମନ୍ଦରା ଥାନା ସକ୍ରା ଗାଁର ଲତିଫ ଅନସାରି ସେହି ଗାଁର ଅନ୍ୟମାନଙ୍କ ସହ ରେଲୱେର ଠିକା ରେଲକାମ କରିବା ପାଇଁ ସାଙ୍ଗରେ କଂଟାବାଂଜି ଆସିଥିଲା । ସାଙ୍ଗମାନଙ୍କ ସହ କାମ କରିବା ମଧ୍ୟରେ ସାଙ୍ଗମାନେ କୌଣସି କାରଣରୁ ତାକୁ ନିର୍ମମ ଭାବେ ହତ୍ୟା କରି ମାଟି ତଳେ ପୋତି ଦେଇଥିଲେ । ଏହି ଘଟଣା ଉପରେ ପୋଲିସ ଅଧିକ ଅନୁସଂଧାନ କରିବା ମଧ୍ୟରେ ସାଙ୍ଗରେ କାମ କରୁଥିବା ସହନାୱାଜ (୨୪) ପିତା- ସଂଜିବ ଅନସାରି, ଆଫ୍ରୋଜ ଅନସାରି (୨୧) ପିତା ତହସିସ ଅନସାରି ଓ ସହିଦ ଅନସାରି (୨୨) ପିତା କୁଦ୍ରାଏ ଅନସାରି ନିର୍ମମ ଭାବେ ଶାବଳ, ଛୁରୀ, ରଫା ଓ ରଡରେ ମାଡମାରି ହତ୍ୟା କରିବା ପରେ ମାଟି ତଳେ ପୋତି ଦେଇଥିଲେ । ନର କଂକାଳ ମାଟି ତଳୁ ଉଦ୍ଧାର ପରଠାରୁ କଂଟାବାଂଜି ପୋଲିସ ବିଭିନ୍ନ ଦିଗରୁ ଅନୁସଂଧାନ କରିବା ସହିତ ନରକଂକାଳ ରାସାୟନିକ ପରୀକ୍ଷାର ପ୍ରମାଣ ପରେ ଅଭିଯୁକ୍ତମାନଙ୍କୁ ଝାରଖଣ୍ଡ ମନ୍ଦରା ଥାନା ସକ୍ରା ଗାଁରୁ ଗିରଫ କରି ବଡ ସଫଳତା ହାସଲ କରିଛି । ଅଭିଯୁକ୍ତ ୩ଜଣଙ୍କୁ ଦଫା ୩୦୨/୧୨୦(ବି)/୨୦୧/୩୪ ଆଇପିସି ଦଫାରେ କୋର୍ଟ ଚାଲଣ ପରେ କଂଟାବାଂଜି ସବ୍‌ ଜେଲକୁ ପଠାଇ ଦିଆଯାଇଥିବା ଖବରଦାତା ସମ୍ମିଳନୀରେ ପୋଲିସ ସୂଚନା ଦେଇଛି । ଏହି ଖବରଦାତା ସମ୍ମିଳନିରେ ସ୍ଥାନୀୟ ଏସ.ଡି.ପି.ଓ. ଡଃ ହୃଷିକେଶ ମେହେର, ଥାନା ଆଇ.ଆଇ.ସି. ସତ୍ୟଜିତ କନ୍ଦନକେଲ, ସବ୍‌ ଇନ୍ସପେକ୍ଟର ସୌମ୍ୟକିଶୋର ବାରିକ, ସବ୍‌ ଇନ୍ସପେକ୍ଟର ଧର୍ମରାଜ ପଟେଲ ସହ ଅନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

9 + two =