jayashree

ତହଁକ୍ କୁଟୁମ୍‌ର କୋଶଲି ଖାଏନା କୋଶଲି ଗାଏନା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତହଁକ ସାହିତ୍ୟ କୁଟୁମ୍ବ ପକ୍ଷରୁ ବଲାଙ୍ଗିର ୱେଷ୍ଟର୍ଣ୍ଣ ଢ଼ାବା ଠାରେ ‘କୋଶଲି ଖାଏନା କୋଶଲି ଗାଏନା’ କାର୍ଯ୍ୟକ୍ରମ ବେଶ୍ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଶ୍ଚିମ ଓଡ଼ିଶାର ଦୁଇଶହରୁ ଅଧିକ ପାରମ୍ପରିକ ଖାଦ୍ୟ ପ୍ରଦର୍ଶିତ ହୋଇଥିଲା । କାର୍ଯ୍ୟକ୍ରମରେ ସାମ୍ବାଦିକ ମନରଞ୍ଜନ ଯୋଷୀ ମୁଖ୍ୟ ଅତିଥି ଏବଂ ହୀରାଖଣ୍ଡ ବିଦ୍ୟୁତ୍ କର୍ମଚାରୀ ସଂଘର ସଭାପତି ପବିତ୍ର ଖୁଣ୍ଟିଆ, ବରିଷ୍ଠ କୋଶଳୀ କବି ସୁଶାନ୍ତ ବାଗ, ସମାଜସେବୀ ସୁଷମା ବେହେରା, ପ୍ରଭୁଦତ୍ତ ପ୍ରଧାନ ଓ ପଲ୍ଲବ କୁମାର ହୋତା ମଞ୍ଚାସୀନ ଥିଲେ । ତହଁକ ସମ୍ପାଦକ ରାଜେଶ ଦଣ୍ଡସେନା ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ମୁଖ୍ୟ ସମ୍ପାଦକ ଅର୍ଜୁନ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚଳନା କରିଥିଲେ । କୋଶଳୀ କବିତା ଆସରକୁ ନିକିତା ସା, ମାନସୀ ସାହୁ, ନିତ୍ୟାନନ୍ଦ ଜୁଏଡ଼ ଏବଂ ଶାଳିନୀ ସା ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ଗୋପୀନାଥ ଦଣ୍ଡସେନା, ଜ୍ୟୋତିରାଣୀ ମିଶ୍ର, ଗରିବ ମଲ୍ଲିକ, ଯୁଧିଷ୍ଠିର ସେବକ ପ୍ରମୁଖ ସହଯୋଗ କରିଥିଲେ । ଅଞ୍ଚଳର ୨୫ରୁ ଅଧିକ ପ୍ରଦର୍ଶନୀ ମେଳାରେ ଭାଗ ନେଇଥିଲେ । କୋଶଳାଞ୍ଚଳର ହଜିଯାଉଥିବା ଦେଶୀ ଖାଦ୍ୟକୁ ନେଇ ପ୍ରସ୍ତୁତ ହେଉଥିବା ଏମିତି ଏକ କାର୍ଯ୍ୟକ୍ରମକୁ ଅତିଥିମାନେ ଭୂରି ଭୂରି ପ୍ରଶଂସା କରିଥିଲେ ।ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ଦ୍ଵାରା ଦେଶ ବିଦେଶରେ ଆମ ଅଞ୍ଚଳର ଖାଦ୍ୟକୁ ବ୍ୟବହାର କରିବା ପାଇଁ ବାଧ୍ୟ ହେବେ ଏବଂ ଏବେକାର ପିଲାମାନେ ଯାବତୀୟ ଖାଦ୍ୟ ଖାଇ ରୋଗାଗ୍ରସ୍ଥ ହେବାରୁ ବଞ୍ଚିବା ପାଇଁ ଏହା ଏକ ଉତ୍ତମ ପଦକ୍ଷେପ ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ କବି ମିଳନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.