jayashree

ଡିସେମ୍ବର ପ୍ରଥମ ସପ୍ତାହରୁ ସିନିୟର ମେନ କ୍ଲବ ଇନଟ୍ରା କ୍ରିକେଟ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗାନ୍ଧି ଷ୍ଟାଡିୟମ ଠାରେ ଡିସେମ୍ବର ପ୍ରଥମ ସପ୍ତାହରୁ ସିନିୟର ମେନ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଏଣୁ ବଲାଙ୍ଗିର ଜିଲ୍ଲାର ଇଚ୍ଛୁକ କ୍ରିକେଟ କ୍ଲବ ଗୁଡ଼ିକ ନିଜ ନିଜର ଖେଳାଳି ମାନଙ୍କ ପଞ୍ଜୀକରଣ ଚଳିତ ମାସ ୨୪ରୁ ୨୮ ତାରିଖ ମଧ୍ୟରେ କରାଇ ନିଅନ୍ତୁ ବୋଲି ଜିଲ୍ଲା କ୍ରୀଡା ସଂସଦ ତରଫରୁ ଅନୁରୋଧ କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଖେଳାଳି ମାନଙ୍କ ସର୍ବୋଚ୍ଚ ବୟସ ସୀମା ୩୦ ବର୍ଷ ରଖାଯାଇଛି । ଅଧିକ ସୂଚନା ପାଇଁ ସ୍ୱାଗତ ଶୁଭଙ୍କର ତ୍ରିପାଠୀ ଓ ଗଜପତି ନାଏକ କୁ ଯୋଗାଯୋଗ କରିବା ପାଇଁ କ୍ରିକେଟ ସମ୍ପାଦକ ଓମ ପ୍ରକାଶ ଚାନ୍ଦ ସୁଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.