pakka

ମାଣ୍ତିଆଢିପାରେ ଷୋହଳ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମଣ୍ତିଆଢିପାଠାରେ ସଂକ୍ରାନ୍ତି ଉପାସିକା ଓ ମାଣ୍ତିଆଢିପା ଗ୍ରାମବାସୀଙ୍କ ଦ୍ୱାରା ଷୋହଳ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ଏହି ଷୋହଳ ପ୍ରହରୀ ନାମଯଜ୍ଞରେ ୩ଦିନ ବ୍ୟାପୀ ହରେକୃଷ୍ଣ ମହାମନ୍ତ୍ରରେ ଯଜ୍ଞମଣ୍ଡପ କମ୍ପୁଥିଲା । ନାମଯଜ୍ଞରେ କର୍ତ୍ତା ଭାବରେ ଡୋଲାମଣି ସାହୁ ଓ ଧର୍ମପତ୍ନୀ ସ୍ୱପ୍ନା ସାହୁ ଓ ପଣ୍ଡିତ ଭାବରେ ମିତ୍ରଭାନୁ ଦେବତା ପୂଜାକାର୍ଯ୍ୟ ସମାପନ କରିଥିଲେ । ନାମଯଜ୍ଞରେ ସାତଟି ସଂକୀର୍ତ୍ତନ ଦଳ ଅନୁଗୁଳ, କାଶୀପାଣି, ଲୁରୁମ, ଯୋଗେନ୍ଦ୍ରନାଥ ପୁର, ହଲନଦାଦର, ମାଣ୍ଡିଆଢିପା ଉପରପଡା ଓ ପିପଲପଡା ଅଂଶଗ୍ରହଣ କରିଥିଲେ । ଉଦ୍‌ଯାପିତ ଦିବସରେ ଯଜ୍ଞମଣ୍ଡପଠାରେ ଆଇନଜୀବୀ ରାଜକୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଅଂଶଗ୍ରହଣ କରିଥିବା ସଂକୀର୍ତ୍ତନ ଦଳ ଗୁଡିକ ଏହି ବୈଠକରେ ତାଙ୍କର କଳା ପ୍ରଦର୍ଶନ କରିଥିଲେ । ନାମଯଜ୍ଞ କମିଟି ଓ ଗ୍ରାମବାସୀ ବନମାଳି ସେଠ, ପ୍ରତାପ ସାହୁ, ଭୋଜରାଜ ନାଗ, ଶାନ୍ତିଲାଲ ସାହୁ, କୁବେର ସାହୁ, ମୋତିଲାଲ ସାହୁ, ମାଲେଶ୍ୱର ବରିହା, ଜୀତେନ୍ଦ୍ର ସାହୁ, ଗୁରୁବାରୁ ଲଇ ପ୍ରମୁଖ ଏହି କାର୍ଯ୍ୟକୁ ପରିଚାଳନା କରିଥିଲେ । ତିନିଦିନ ଧରି ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ଅନ୍ନଛତ୍ର ଓ ଜଳଛତ୍ରର ବ୍ୟବସ୍ଥା କରାଯାଇଥିଲା । ଏହି ନାମଯଜ୍ଞ କାର୍ଯ୍ୟକ୍ରମରେ ଭକ୍ତଙ୍କ ପ୍ରବଳ ଭିଡ ହୋଇଥିଲା ।

jay balangir
Leave A Reply

Your email address will not be published.

eighteen + eight =