pakka

ବ୍ରତୋପନୟନରେ ବ୍ରହ୍ମଚାରୀ ଦ୍ୱୟଙ୍କୁ ପରିବେଶ ସୁରକ୍ଷାରେ ବ୍ରତୀ ହେବା ପାଇଁ ଆଶୀର୍ବାଦ କଲେ ହୃଷୀକେଶ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରବୋଇ ଚାରିବାଟିଆ ସାହିରେ ଗତକାଲି ଅଖିଳେଶ ପ୍ରକାଶ ଓ ଦେବୀପ୍ରସାଦଙ୍କ ଶୁଭ ବ୍ରତୋପନୟନ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟର ଆବାହକ, ସୁସାହିତ୍ୟିକ, ପରିବେଶବିତ୍ତ ତଥା ଆଇନଜୀବୀ ହୃଷୀକେଶ ପାଢ଼ୀ ପହଂଚି ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ସହ ବ୍ରହ୍ମଚାରୀ ଦ୍ୱୟଙ୍କୁ ପରିବେଶ ସୁରକ୍ଷାରେ ବ୍ରତୀ ହେବା ପାଇଁ ଆଶୀର୍ବାଦ କରିଥିଲେ । ଏହି ଅବସରରେ ଶ୍ରୀ ପାଢ଼ୀ ପରିବେଶ ସୁରକ୍ଷା ଉପରେ ଚିନ୍ତା ପ୍ରକଟ କରି କହିଲେ – “ସଂପ୍ରତି ବିଶ୍ୱ ଏକ ଘଡ଼ିସନ୍ଧି ମୁହୂର୍ତ ଦେଇ ଗତି କରୁଛି । ପରିବେଶ ସୁରକ୍ଷା ପ୍ରତି କାହାର ନିଘା ନାହିଁ । ଅବାଧ ଗଛକଟା ଚାଲିଛି । ନିର୍ମାଣ ଆଳରେ ଜଙ୍ଗଲ ଧ୍ୱଂସ ହେଉଛି ଯାହାକି ପରିବେଶ ସୁରକ୍ଷାରେ ଘୋର ଅନ୍ତରାୟ ସୃଷ୍ଟି କରୁଛି । ଶୁଦ୍ଧବାୟୁ ମିଳୁନାହିଁ । ବନ୍ୟପ୍ରାଣୀମାନେ ସୁରକ୍ଷିତ ରହିପାରୁ ନାହାନ୍ତି । ବିଶ୍ୱ ତାପାୟନ ବଢ଼ିବଢ଼ି ଯାଉଛି । ତେଣୁ ପ୍ରତ୍ୟେକ ଗୋଟିଏ ଗୋଟିଏ ଗଛ ଲଗାଇ ପରିବେଶ ସୁରକ୍ଷାରେ ନିଜକୁ ନିୟୋଜିତ କରିବା ପାଇଁ ନିବେଦନ କରିଥିଲେ ।

jay balangir
Leave A Reply

Your email address will not be published.

four × five =