pakka

ବିନା ସୁରକ୍ଷା ବ୍ୟବସ୍ଥାରେ ଅପରାଜିତା ଷଡଙ୍ଗୀଙ୍କ ରୋଡ଼ ସୋ’ ସମ୍ପନ୍ନ

bbehera

• ମା’ ରାମାୟାଣାମ୍ମା ଠାକୁରଣୀଙ୍କ ନିକଟରେ ଅପରାଜିତାଙ୍କ ପୂଜାର୍ଚ୍ଚନା

ବ୍ରହ୍ମପୁର, (କେ .ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସର୍କିଟହାଉସଠାରୁ ଠାକୁରାଣୀ ଯାତ୍ରାସ୍ଥଳ ପର୍ଯ୍ୟନ୍ତ ବିନା ସୁରକ୍ଷା ବ୍ୟବସ୍ଥାରେ ଅପରାଜିତାଙ୍କ ରୋଡ଼ ସୋ ସମ୍ପନ୍ନ ହୋଇପାରିଛି । ଏହା ସମସ୍ତଙ୍କୁ ବିସ୍ମିତ କରିଛି । ଅପରାଜିତାଙ୍କ ଚାକିରି କର୍ମକ୍ଷେତ୍ରର ପ୍ରଥମ ଲୀଳାଭୂମି ଛତ୍ରପୁର ଅଟେ । ତେବେ ତାଙ୍କରି ପ୍ରତି ଲୋକଙ୍କର ଗଭୀର ଶ୍ରଦ୍ଧା, ମମତା ରହିଥିବା ଏଠାରେ ଉନ୍ମେଷ କରିଛି । ବହୁ ଦିନ ହେଲା ଏଠାକାର ଜନସଧାରଣ ଶ୍ରୀମତୀ ଷଡଙ୍ଗୀଙ୍କୁ ଦେଖିବା ଆଶା କରିଥିଲେ । ସୂଚନା ଯୋଗ୍ୟ ଯେ, ଶ୍ରୀମତୀ ଅପରାଜିତା ଷଡଙ୍ଗୀ ୧୯୯୪ ବ୍ୟାଚର ଆଇଏଏସ୍‌ ଅଫିସର ପାହ୍ୟାରେ ଅବତୀର୍ଣ୍ଣ ହୋଇ ପ୍ରବେଶେନାରୀରେ ତାଲିମପ୍ରାପ୍ତ ପରେ ପ୍ରଥମେ ଗଞ୍ଜାମ ଜିଲ୍ଲାରେ ଅତିରିକ୍ତ ଜିଲ୍ଲାପାଳ ପଦବୀରେ ଆସନ ଅଳଙ୍କୃତ କରିଥିଲେ । ପରେ ସେ ଖୋର୍ଦ୍ଧା ଜିଲ୍ଲାପାଳକୁ ପଦୋନ୍ନତି ହୋଇ ଏଠାରୁ ଗଲେ । ବିଜୁବାବୁଙ୍କ ମୁଖ୍ୟମନ୍ତ୍ରୀ ଶାସନ ଦାୟିତ୍ୱରେ ଥିବା ବେଳେ ସେ ଜଣେ ନୀତି ନିଷ୍ଠାପରତା, ଦକ୍ଷ-ପ୍ରଶାସନିକ ଅଧିକାରୀଣୀ ଭାବେ ଗଞ୍ଜାମ ଜିଲ୍ଲାରେ ବେଶ ସୁନାମ ଅର୍ଜନ କରିଥିଲେ । ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସଦର ଦପ୍ତରରେ ତାହାଙ୍କ ଦକ୍ଷତା ବିଷୟରେ ସମସ୍ତେ ଅବଗତ ଥିଲେ । କୌଣସି ପ୍ରଚାର ପ୍ରସାର ନ ଥାଇ ବି ସ୍ୱାଗତ ସମ୍ବର୍ଦ୍ଧନା ସହ ଶୁକ୍ରବାର ତାଙ୍କୁ ଦେଖିବା ପାଇଁ ପ୍ରବଳ ଜନ ସମାଗମ ହୋଇଥିଲା । ପ୍ରବଳ ଭିଡ ପରିଲିଖିତ ହୋଇଥିଲା । କିନ୍ତୁ ଏହି ରୋଡ଼-ସୋ’ରେ ଏବଂ ଠାକୁରାଣୀ ଯାତ୍ରା ମଣ୍ଡପ ସ୍ଥଳରେ ତାଙ୍କ ଉପସ୍ଥାନ ବେଳେ କୌଣସି ବି ପୋଲିସର ସୁରକ୍ଷା ବ୍ୟବସ୍ଥା ନ ଥିବା ବିଷୟରେ ବିଭିନ୍ନ ମହଲରେ ଭିନ୍ନ ପ୍ରକାର ମତ ପ୍ରକାଶ ପାଇଛି । ଛତ୍ରପୁର ଠାକୁରାଣୀ ଯାତ୍ରାରେ ମା’ ରମାୟାଣାମାଙ୍କ ଦର୍ଶନ କରିବା ଉଦ୍ଦେଶ୍ୟରେ ଆସିଥିବା ଅପରାଜିତାଙ୍କୁ ଦେଖିବା ପାଇଁ ବହୁ ଲୋକ ଅପେକ୍ଷାରେ ଥିଲେ । ଛତ୍ରପୁର ଜନସାଧାରଣଙ୍କ ପକ୍ଷରୁ ଅପରାଜିତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ମିଳିଛି । ଠାକୁରାଣୀଙ୍କ ଅସ୍ଥାୟୀ ଆଡ଼ପ ମଣ୍ଡପରେ ଦେବୀଙ୍କ ଆରତୀ ବନ୍ଦାପନା ଦେଖି ଶ୍ରୀମତୀ ଷଡଙ୍ଗୀ ବହୁତ ଖୁସି ଓ ବିଭୂକୃପା ଲାଭ କରିଛନ୍ତି ।

jay balangir
Leave A Reply

Your email address will not be published.

eleven − 6 =