pakka

ଜୱାଦର ପ୍ରଭାବରେ ଡେଲାଙ୍ଗର ବ୍ୟାପକ ଧାନ ଫସଲ କ୍ଷତିଗ୍ରସ୍ତ : ଦୁର୍ଦ୍ଦିନରେ ଚାଷୀକୂଳ

l2

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରେ ସାମୁଦ୍ରିକ ଝଡ଼ବାତ୍ୟା ଜୱାଦ ପ୍ରଭାବରେ ଚାଷୀକୂଳଙ୍କ ଧାନଚାଷ ଉଜୁଡିଲା । ଅଦିନିଆ ଲଘୁଚାପଜନିତ ବାତ୍ୟାର ପ୍ରଭାବରେ ଝିପି ଝିପି ବର୍ଷା, ହାଲକା ହାଲକା ପବନ ସାଙ୍ଗକୁ କୋହଲା ପାଗ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ମାର୍ଗଶୀର ମାସରେ ପାଚିଲା ଧାନ ଅମଳ ବେଳକୁ ଅଦିନିଆ ବର୍ଷାରେ ପାଚିଲା ଧାନ ଗଜା ହେବା ସହ ପାଣିରେ ପଡି ଫସଲ ନଷ୍ଟ ହୋଇଛି । ଡେଲାଙ୍ଗ ବ୍ଲକର ସାଉରିଆ, ଘନିପୂର, କଲ୍ୟାଣପୁର, ସୂଜନପୂର, ମୂନିନ୍ଦା, ଡେଲାଙ୍ଗ କୋଠାବାଡ, ଅରିଶଲ, ଖେଳାଉରି, ଧାନକେରା, ରେଂଚ, ଜେନାପୁର, ଶ୍ରୀପୁରୁଷୋତ୍ତମ, ଅଭୟମୁଖୀ, ବେରବୋଇ, ଗୁଆଳିପଡା, ଗଡମୋଟରି, ରେଙ୍ଗଳ, ଚାଁଈପୁର, ସିଂଗବ୍ରହ୍ମପୁର, ଗୋଡ଼ିପୁଟ ମାଟିଆପଡା, ହରୀରାଜପୁର ଗ୍ରାମ ପଞ୍ଚାୟତର ହଜାର ହଜାର ହେକ୍ଟର ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ଚଳିତ ବର୍ଷ ଚାଷର ପ୍ରାରମ୍ଭରେ ଚାଷୀକୂଳ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହୋଇଥିବା ବେଳେ ଶେଷରେ ଧାର କରଜକରି ଚାଷୀ ଧାନ ଫସଲ କରିଥିଲା, ଠିକ୍‌ ଅମଳ ସମୟରେ ଅଦିନିଆ ଲଘୁଚାପଜନିତ ବର୍ଷା ଫଳରେ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି, ଚାଷୀ ସର୍ବଶାନ୍ତ ହେବା ସହ ଚାଷୀକୂଳଙ୍କ ଚାଷ ଉଜୁଡି ଯାଇଛି । ତୁରନ୍ତ ବିଭାଗୀୟ ଅଧିକାରୀ ଫସଲ କ୍ଷୟକ୍ଷତି ଆକାଳନ ତଦନ୍ତ କରି ସରକାରୀ ସହାୟତା ଯୋଗାଇଦେବା ପାଇଁ ଚାଷୀମାନେ ଦାବୀ ଜଣାଇଛନ୍ତି ।

pp
Leave A Reply

Your email address will not be published.

20 − 15 =