jsm

ନାରୀ ଶକ୍ତି ଫାଉଣ୍ଡେସନ ଦ୍ୱାରା ସଚେତନତା ସଭା

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଚିମନିଭାଟି ଠାରେ ନାରୀ ଶକ୍ତି ଫାଉଣ୍ଡେସନ ତରଫରୁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସ୍ୱାସ୍ଥ୍ୟ ରକ୍ଷା ଏବଂ ସ୍ୱାସ୍ଥ୍ୟ ରକ୍ଷା ବ୍ୟବସ୍ଥା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ସହିତ ସେନିଟାରୀପେଡ୍‌ ବଣ୍ଟନ କରାଯାଇଥିବା ବେଳେ ନିଜେ କେମିତି ନିଜର ସ୍ୱାସ୍ଥ୍ୟର ସୁରକ୍ଷା ନେବା ସହିତ ଅନ୍ୟମାନଙ୍କ ମଧ୍ୟ ସ୍ୱାସ୍ଥ୍ୟର ସୁରକ୍ଷା ନେବା ସେ ସମ୍ବନ୍ଧରେ ସଚେତନ କରାଯାଇଥିଲା । ବିଶେଷତଃ ଏହି କୋଭିଡ ୧୯ ସମୟରେ ସ୍ୱାସ୍ଥ୍ୟର କିପରି ଯତ୍ନ ନେବା ଯେପରି – ଥଣ୍ଡା ଦାଉରୁ ନିଜକୁ ରକ୍ଷା କରିବା, ମାସ୍କ ପିନ୍ଧିବା, ଗହଳି ଜାଗାକୁ ନ ଯିବା, ବାହାରକୁ ଗଲେ ଦୂରତା ରକ୍ଷା କରିବା, ବାରମ୍ବାର ସାବୁନରେ ହାତ ଧୋଇବା, ନିଜେ ସଫା ସୁତୁରା ରହିବା ସହିତ ନିଜ ପରିବେଶକୁ ମଧ୍ୟ ସଫା ସୁତୁରା ରଖିବା ତା’ ସହିତ ଗୋଟେ ନାରୀ ଋତୁସ୍ରାବ ସମୟରେ ହେଉଥିବା ବିଭିନ୍ନ ପ୍ରକାର ରୋଗରୁ କିପରି ସୁରକ୍ଷିତ ରହିବ ତାହା ମଧ୍ୟ ସଚେତନ କରାଯାଇଥିଲା ଏବଂ ସେନିଟାରୀପେଡ୍‌ ବଣ୍ଟନ କରାଯାଇ ତାର କେମିତି ବ୍ୟବହାର କରାଯାଏ ଉପସ୍ଥିତ ଥିବା ନାରୀ ମାନଙ୍କୁ ଫାଉଣ୍ଡେସନ ତରଫରୁ ସଚେତନ କରାଯାଇଥିଲା । ଏଥିରେ ନାରୀ ଶକ୍ତି ଫାଣ୍ଡେସନର ସଦସ୍ୟା ସରିତା ଦାସ, ମମତା ଜେନା, ନୂତନ ସେନ୍ଦ୍ରିଆ, ସରିତା ବାଗ, ଶ୍ରାବଣୀ ମେହେର, ଆରତୀ ବେଜ୍, ରେବତୀ ଷାଣ୍ଢ, ପାରିଜାତ, ନୂତନ ଦାସ, ଶୁଭ୍ରା ଦେବଶ୍ରିତା ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.