pakka

ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟ : ୧୯ ତମ ସ୍ପାଟନ କ୍ଲବର ଫୁଟବଲରେ ସେମିଫାଇନାଲରେ ତେନ୍ତୁଳିମୁଣ୍ଡା, ବରହାଲ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ତେନ୍ତୁଳିମୁଣ୍ଡା ଜୟରାମ ମେହେର ହାଇସ୍କୁଲ୍ ପଡିଆଠାରେ ସ୍ପାଟନ କ୍ଲବ୍ ପକ୍ଷରୁ ୧୯ ତମ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚରେ ମୁଖ୍ୟ ଅତିଥି ଯୋଗୀଲାଲ ମେହେର ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ସବ୍ୟସାଚୀ ଭୋଇ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମ ଖେଳ ତେନ୍ତୁଳିମୁଣ୍ଡା ବନାମ୍ ଡେବ୍ରିପାଲି ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିଲା ଏଥିରେ ଉଭୟ ଦଳ ସ୍ଥିତି ୧-୧ରେ ବରାବର ହେଇଥିଲା । ଫଳରେ ପେନାଲିଟିର ସହାୟତା ନିଆଯାଇଥିଲା । ପେନାଲିଟିରେ ତେନ୍ତୁଳିମୁଣ୍ଡା ବିଜୟ ହୋଇଥିଲା । ଦ୍ଵିତୀୟ ଖେଳଟି ବରହାଲ ବନାମ୍ ମୁଣ୍ଡାଗାଁ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିଲା ହେଲେ ଉଭୟ ଦଳ ମଧ୍ୟ ୧-୧ରେ ସ୍ଥିତି ବରାବର ହୋଇଥିଲା । ଫଳରେ ପେନାଲଟିର ସହାୟତାରେ ୩/୨ରେ ଝରଣୀ ଟିମ୍ ବିଜୟୀ ହୋଇଥିଲା । ଖେଳକୁ ଆଶୀର୍ବାଦ ସାହା ପରିଚାଳନା କରିଥିବା ବେଳେ ପ୍ରତାପ ଭୁକ୍ତା ଓ ଅଶ୍ୱନୀ ଭୁକ୍ତା ଲାଇନରେ ସହଯୋଗ କରିଥିଲେ ଏବଂ ଗୋଲାପ କୁମାର ବିଶ୍ଵାଳ ଧାରା ବିବରଣୀ ପ୍ରଦାନ କରିଥିଲେ ।

jay balangir
Leave A Reply

Your email address will not be published.

four × four =