pakka

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବାଣିଜ୍ୟ ବିଭାଗର ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରିବା ପାଇଁ ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର କନଫରେନ୍ସ କୋଠରୀରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅଧ୍ୟକ୍ଷ ଡ.ଲଳିତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଡ଼.ନାୟକ ଛାତ୍ରଛାତ୍ରୀ ମାନଙ୍କ ପାଇଁ ମୁଲ୍ୟଭିତ୍ତିକ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଥିବା ବେଳେ ବିଭାଗୀୟ ମୁଖ୍ୟ ନବକୃଷ୍ଣ ମିଶ୍ର ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ କ୍ୟାରିୟର ନିର୍ଦ୍ଧାରଣ ତଥା ସ୍ୱାବଲମ୍ବୀ ହେବାରେ ବାଣିଜ୍ୟ ଶିକ୍ଷାର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ । ଉକ୍ତ ଉତ୍ସବରେ ଅନ୍ୟ ଅତିଥି ଭାବେ ଇଂରାଜୀ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଲଳିତ ମୋହନ ପଣ୍ଡା, ଅର୍ଥନୀତି ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଡ. ବିରଞ୍ଚି ସାହୁ ଓ ବାଣିଜ୍ୟ ବିଭାଗର ଅଧ୍ୟାପକ ଦେବାଶିଷ ରାଉତ ଓ ଅଧ୍ୟାପକ ଭଜ ସୁନା ଯୋଗ ଦେଇ ଭବିଷ୍ୟତରେ ଉତ୍ତମ ନାଗରିକ ହେବାପାଇଁ ଦିଗଦର୍ଶନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଗତ ସିଏଚ୍‌ଏସ୍‌ଇ ପରୀକ୍ଷାରେ ବରଗଡ ଜିଲ୍ଲାରେ ସର୍ବାଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା କଲେଜର ବାଣିଜ୍ୟ ଛାତ୍ର ମହମ୍ମଦ ନୀଜାମଙ୍କୁ ସ୍ମୃତି ଚିହ୍ନ ସହ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ଉତ୍ସବରେ କମର୍ସ ସୋସାଇଟିର ସମ୍ପାଦକ ଶୀତଳ ଅଗ୍ରୱାଲ ଓ ସହ ସମ୍ପାଦକ ଆଦେଶ ଶର୍ମା ବିଭିନ୍ନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଦ୍ଵିତୀୟ ବର୍ଷ ଛାତ୍ର ଚୁଡାମଣି ରଣା “ବାଣିଜ୍ୟ ଶିକ୍ଷାରେ କ୍ୟାରିୟର” ସନ୍ଧର୍ଭ ପିପିଟି ମାଧ୍ୟମରେ ଉପସ୍ଥାପନ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ତରଫରୁ ଅବଦୁଲ ୱାଜିଡ଼, ମହମ୍ମଦ ଶବାଜ ଓ ସେମିନାର ସଂଯୋଜିକା କସୀମା ବାନୁ ନବାଗତଙ୍କ ପାଇଁ ବକ୍ତବ୍ୟ ରଖିଥିଲେ । ତେଜସ୍ୱିନୀ ସାହା, ଇଲାବତୀ ବିଶି, ପୁଷ୍ପାଞ୍ଜଳି କରେଇ, ସସ୍ମିତା ଭୋଇ, ମହମ୍ମଦ ଇମ୍ରାନ ଓ ଓଁକାର ଦିବ୍ୟଦର୍ଶନ ହୋତା କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ । ଆଲିୟା ବାନୁଙ୍କ ଧନ୍ୟବାଦ ଅର୍ପଣ ପରେ କାର୍ଯ୍ୟକ୍ରମର ସମାପ୍ତି ହୋଇଥିଲା ।

jay balangir
Leave A Reply

Your email address will not be published.

sixteen + 1 =