pakka

ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟରେ ଜାତୀୟ କୃଷି ଶିକ୍ଷା ଦିବସ ପାଳିତ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ସ୍ଥ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଜାତୀୟ କୃଷି ଶିକ୍ଷା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଡୁରା ସ୍ଥିତ ରାମନାରାୟଣ ମହାବିଦ୍ୟାଳୟର ବରିଷ୍ଠ ଇହିହାସ ବିଭାଗ ଅଧ୍ୟାପକ ପ୍ରଶାନ୍ତ କୁମାର ପାତ୍ର ଯୋଗଦେଇ କୃଷିର ଇତିହାସ ଓ ଏହାର ଭବିଷ୍ୟତ ଉପରେ ଆଲୋକପାତ କରିଥିଲେ । ଡୁରା ନେସନାଲ ହାଇସ୍କୁଲର ସହକାରୀ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ କୃଷି ଶିକ୍ଷାର ବିଭିନ୍ନ ଦିଗଉପରେ ତାତ୍ତ୍ଵିକ ଆଲୋଚନା କରିଥିଲେ । କଲେଜର ଅଧ୍ୟକ୍ଷ ପ୍ରଫେସର ସୌମେନ୍ଦ୍ର ନନ୍ଦ ଏହି ସଭାରେ ଅଧ୍ୟକ୍ଷତା କରି କୃଷି ଓ ଆନୁସଙ୍ଗିକ କୃଷି ଶିକ୍ଷାର ମହତ୍ତ୍ୱ ଉପରେ ଆଲୋଚନାର ବିଷୟବସ୍ତୁକୁ ଉପସ୍ଥାପନା କରି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଅନେକ ଦିଗ ଦର୍ଶନ ଦେଇଥିଲେ । ବରିଷ୍ଠ ପ୍ରଫେସର ସନ୍ତୋଷ କୁମାର ଉଦଗାତା ଏହି କାର୍ଯ୍ୟକ୍ରମ ପରିଚାଳନା କରିବା ସାଂଗକୁ ନିଜ ବକ୍ତବ୍ୟରେ ଏହି ଦିବସର ମହତ୍ତ୍ୱ ଓ ତାତ୍ପର୍ଯ୍ୟ ଉପରେ ସମ୍ଭାଷଣ ଦେଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଏହି ଦିବସର ମହତ୍ତ୍ୱବଜାୟ ରଖିବା ଉଦ୍ଦେଶ୍ୟ ନେଇ ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ତ୍ୱ ହାସଲ କରିଥିବା କୃତୀ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ରାମନାରାୟଣ ମହାବିଦ୍ୟାଳୟର ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଇଂରାଜୀ ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ୪ଜଣଙ୍କୁ ଯଥା- କିରଣ କ୍ରାନ୍ତି ସ୍ୱାଇଁ(ପ୍ରଥମ), ଚନ୍ଦନ କୁମାର ମିଶ୍ର (ଦ୍ୱିତୀୟ), କେ.ହେମାଶ୍ରୀ ରେଡ୍ଡୀ(ତୃତୀୟ), ଶ୍ରୀଧର ପାତ୍ର(ଚତୁର୍ଥ) ସ୍ଥାନ ଅଧିକାର କରିଥିବା ବେଳେ ଏବଂ ନେସନାଲ ଡୁରା ହାଇସ୍କୁଲର ସମସ୍ତ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ଓଡ଼ିଆ ତର୍କ ପ୍ରତିଯୋଗିତାରେ କୃତୀତ୍ୱ ଲାଭ କରିଥିବା ୪ ଜଣଙ୍କୁ ଯଥା- ଅର୍ପିତା ପାତ୍ର(୧ମ ), ପଦ୍ମାଳୟ ସାହୁ,(୨ୟ), ସନ୍ତୋଷି ମହାରଣା(୩ୟ), ପୃଥ୍ୱୀରାଜ ପଟ୍ଟନାୟକ(୪ର୍ଥ)ସ୍ଥାନ ଅଧିକାର କରିଥିବା ପ୍ରାର୍ଥୀଙ୍କୁ ମାନପତ୍ର ସହ ଟ୍ରଫି ଓ ପୁଷ୍ପଗୁଚ୍ଛ ଦେଇ ପୁରସ୍କାର ସହ ସମ୍ମାନୀତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସର୍ବଭାରତୀୟ ପରୀକ୍ଷା ଜୁନିୟର ରିସର୍ଚ୍ଚ ଫେଲୋସିଫ୍‌ରେ ତୃତୀୟ ସ୍ଥାନ ଅଧିକାର କରିଥିବା ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟର ମେଧାବୀ ଛାତ୍ରୀ ସୋନାଲୀ ପଣ୍ଡାଙ୍କୁ ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସହକାରୀ ପ୍ରଫେସର ଡ଼ଃ.ମନୋଜ କୁମାର ତ୍ରିପାଠୀ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଏବଂ ମହାବିଦ୍ୟାଳୟର ଅଧ୍ୟୟନରତ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ଏହାକୁ ସାଫଲ୍ୟମଣ୍ଡିତ କରିଥିଲେ ।

Leave A Reply

Your email address will not be published.

seventeen − 17 =