pakka

କବି ସନତ ରାୟଙ୍କ ୧୧ତମ ସ୍ମୃତିଚାରଣ ସଭା

  • ସମାଜବାଦର ଶାଣିତ ସ୍ୱର ଥିଲେ ସନତ ରାୟ : ଅଧ୍ୟାପକ କରୁଣାକର ପାଟ୍ଟଶାଣୀ

ରାଉରକେଲା, (ସସ୍ମିତା ପ୍ରଧାନ) : କବି ସନତ ରାୟ ଥିଲେ ସମାଜବାଦର ଶାଣିତ ସ୍ୱର । ସମାଜର ପ୍ରତିଟି ବ୍ୟକ୍ତିଙ୍କ ଭିତରେ ସେ ନିଜକୁ ଦେଖୁଥିଲେ ଓ ସମୟ ସହିତ ସେଲଫି ନେଉଥିଲେ ବୋଲି କବି ସନତ ରାୟଙ୍କ ସ୍ମୃତିଚାରଣ ସଭାରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ କହିଥିଲେ । ସ୍ଥାନୀୟ କଲଚରାଲ ଏକାଡେମୀ ଠାରେ ସନତ ରାୟ ସ୍ମୃତି କମିଟିର ସଭାପତି ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀଙ୍କ ସଭାପତିତ୍ୱ ଓ ସଂଯୋଜନା ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ୧୧ତମ ସ୍ମୃତିଚାରଣ ସଭାରେ ମୁଖ୍ୟଅତିଥି ଭାବେ ଏନଆଇଟିର ନିର୍ଦ୍ଦେଶକ ପ୍ରଫେସର ଡଃ ସୀମାଞ୍ଚଳ ପାଣିଗ୍ରାହୀ, ମୁଖ୍ୟବକ୍ତା ଭାବେ ରାଉରକେଲା କଲେଜର ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଓ ସ୍ୱତନ୍ତ୍ର ଅତିଥି ଭାବେ ଡଃ ପ୍ରଭାତ କୁମାର ମଲ୍ଲିକ ଯୋଗଦେଇ ପ୍ରୟାତ କବିଙ୍କ ସ୍ମୃତିଚାରଣ କରିଥିଲେ । ଉଦ୍‌ଘାଟନୀ ଭାଷଣ ଦେଇ ଡଃ ମଲ୍ଲିକ ସନତ ରାୟଙ୍କ ସହିତ ଆତ୍ମିକ ଓ ଆଙ୍ଗିକ ସଂପର୍କ ସହ ତାଙ୍କ ସାରସ୍ୱତ ସାଧନା ସଂପର୍କରେ ଆଲୋଚନା କରିଥିଲେ । ସାଧାରଣ ମଣିଷର କଥାକୁ ସେ ଅତି ନିଛ୍ଛକ ଭାବରେ ଓ ଗାଉଁଲି ଶବ୍ଦରେ ପ୍ରକାଶ କରିବାରେ ସିଦ୍ଧହସ୍ତ ବୋଲି ସେ ଦର୍ଶାଇଥିଲେ । ମୁଖ୍ୟବକ୍ତା ଅଧ୍ୟାପକ ଶ୍ରୀ ପାଟ୍ଟଶାଣୀ ଉପରୋକ୍ତ ମନ୍ତବ୍ୟ ସହ କହିଥିଲେ ଯେ ସନତ ରାୟ ଗଣଙ୍କ ଭାଷା ତାଙ୍କ କବିତାରେ ପ୍ରୟୋଗ କରିଛନ୍ତି । ସମାଜର ପ୍ରତିଟି ବ୍ୟକ୍ତିଙ୍କୁ ନିଜ ଭିତରେ ଦେଖିଛନ୍ତି ଓ ପ୍ରତିବିମ୍ବିତ କରିଛନ୍ତି । ତାଙ୍କ କବିତାରେ ମାନବବାଦର ସ୍ପର୍ଶ ବେଶ୍ ସ୍ପଷ୍ଟ । ବିଡମ୍ବିତ ସମାଜର କଥା ଓ ପ୍ରତିଶୃତିର ସ୍ୱର ତାଙ୍କ କବିତାରେ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି । ମୁଖ୍ୟଅତିଥି ପ୍ରଫେସର ଡଃ ପାଣିଗ୍ରାହୀ କହିଲେ ଯେ ସାମାଜିକ ପ୍ରତିବଦ୍ଧତା ଓ ସମାଜର ସ୍ବର ଥିଲେ କବି ସନତ ରାୟ । ଏହି ଅବସରରେ ସେ ଡଃ ମଲ୍ଲିକ ଓ ଅଧ୍ୟାପକ ଶ୍ରୀ ପାଟ୍ଟଶାଣୀଙ୍କୁ ସନତ ରାୟଙ୍କ ସାରସ୍ବତ ଉତ୍ତରାଧିକାରୀ ରୂପେ ଅବହିତ କରିଥିଲେ। ସାହିତ୍ୟ ସହ ବିଜ୍ଞାନ ନମିଶିଲେ ବିଜ୍ଞାନ ଆଗକୁ ଯାଇ ପାରିବ ନାହିଁ ବୋଲି ମତ ରଖିଥିଲେ । ସଂପାଦକ ଶ୍ରୀ ମହାପାତ୍ର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିବା ସହ ସନତ ରାୟଙ୍କୁ ମାନବବାଦର ବାର୍ତ୍ତାବହ ଭାବେ ଦର୍ଶାଇଥିଲେ । ଏହି ଅବସରରେ ବିଶିଷ୍ଟ ହେତୁବାଦୀ ଲେଖକ ଇଂ ଜଳଧର ପ୍ରଧାନଙ୍କୁ ସନତ ରାୟ ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ମାନପତ୍ର ପାଠ କରିଥିଲେ କବି କୁଞ୍ଜବିହାରୀ ରାଉତ । ଦ୍ୱିତୀୟ ପର୍ଯ୍ୟାୟ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସଭାପତି ଶ୍ରୀ ଚାଟାର୍ଜୀଙ୍କ ସଂଯୋଜନାରେ ସର୍ବଶ୍ରୀ ପ୍ରତାପ କୁମାର ରାୟ, ସ୍ୱରୁପ ମହାପାତ୍ର, ଗୀତାରାଣୀ ବେହେରା, ରଶ୍ମି ସାହୁ, ମୀନକେତନ ପଶାୟତ, ଗଙ୍ଗାଧର ପୁହାଣ, ଜଳଧର ପ୍ରଧାନ, ବସନ୍ତ ବିଶ୍ୱକର୍ମା, ଶ୍ରୀଧର ସୁନା ପ୍ରମୁଖ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ବିଚିତ୍ରାନନ୍ଦ ସାହୁ, ଅଶୋକ କୁମାର ପଟ୍ଟନାୟକ, ପ୍ରଫୁଲ୍ଲ ସାମଲ, ସୁକାନ୍ତୀ ତ୍ରିପାଠୀ, ସ୍ୱର୍ଣ୍ଣ ଲତା ରାୟ, ପ୍ରବୀର କୁମାର ଦୁବେ, ବିଜୟିନୀ ଜେନା, ସ୍ମିତା ପରିଡା, ସୁଦତ୍ତ ରାୟ, ଚନ୍ଦ୍ରଶେଖର ପାଇକରାୟ, କାଶୀନାଥ ପାତ୍ର, ନରେନ୍ଦ୍ର ଗୋପ, ବିକାଶ ଗୋପ, ଅଲେଖ ଚନ୍ଦ୍ର ନାୟକ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ବିଶ୍ୱରଂଜନ ବାରିକ, ବିନୋଦ କୌଶଲ, ନୃସିଂହ ରାଉତ, କେଦାର ପ୍ରଧାନ, କାଶୀନାଥ ନନ୍ଦୀ, ଗଗନ ବିହାରୀ ଧଳ, ବବିତା ମହାପାତ୍ର, ତ୍ରିଲୋଚନ ସ୍ବାଇଁ, ସଂଜୀବ କୁମାର ଭୋଇ, ବିଜନ ପ୍ରଧାନ, ଲକ୍ଷ୍ମଣନାଥ ଦାସ, କୈଳାଶ ଚନ୍ଦ୍ର ସାବତ, ଅଙ୍ଗୁରବାଳା ପରିଡା, ଅକ୍ଷୟ ସାମଲ, ଦେବାଶିଷ ଦାଶ, ବିଜୟିନୀ ଦାଶ,ଭଗବାନ ପରିଡା, ବିଜୟ ରାୟ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଡା.ସମ୍ବତ ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

20 − eight =