jayashree

ଶାନ୍ତିପଡ଼ା ପୂଜା ମଣ୍ଡପରେ ବୈଠକ, ନୂଆ କମିଟି ଗଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶାନ୍ତିପଡ଼ା ଆଗାମୀ ଦୁର୍ଗା ପୂଜାକୁ ଶାନ୍ତିଶୃଙ୍ଖଳା ଓ ଧୁମଧାମରେ ପାଳନ କରିବା ନେଇ ଶାନ୍ତିପଡ଼ା ପୂଜା ମଣ୍ଡପରେ ବରିଷ୍ଠ ଓ କନିଷ୍ଠ ସଦସ୍ୟମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସର୍ବସମ୍ମତିକ୍ରମେ ଚଳିତ ବର୍ଷର ଦୁର୍ଗା ପୂଜା କମିଟି ଗଠନ କରାଯାଇଥିଲା । ବିଜୟ ଖୁଣ୍ଟିଆଙ୍କୁ ସଭାପତି, ବିକେଶ ଚାଉଳିଆଙ୍କୁ କାର୍ଯ୍ୟକାରୀ ସଭାପତି, ହରି ସେଠଙ୍କୁ ସମ୍ପାଦକ ଏବଂ ମାନସ ମିଶ୍ରଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି । ସେହିପରି ଉପଦେଷ୍ଟା ମଣ୍ଡଳୀରେ ପ୍ରତାପ ରଥ, କୁଳମଣି ସାହୁ, ଟିଙ୍କୁ ରାଓ, ଲଳିତ ମିଶ୍ର, କେଶବ ମିଶ୍ର, ବିଶ୍ୱନାଥ ମିଶ୍ର, ହରେକୃଷ୍ଣ ତ୍ରିପାଠୀ, ରବି ପାଣିଗ୍ରାହୀ, ବିଭୂ ସେଠ, ପ୍ରଦୀପ ଖମାରୀ, ବିଷ୍ଣୁ ମନହୀରା ଓ ସରଧା ବିଶିଙ୍କୁ ମନୋନୀତ କରାଯାଇଛି । ଚଳିତ ବର୍ଷ ପୂଜାର କର୍ତ୍ତା ଭାବେ କୃଷ୍ଣଚନ୍ଦ୍ର ନାୟକଙ୍କୁ ଚୟନ କରାଯାଇଥିଲା । ମା’ଙ୍କ ପୂଜାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ବୈଠକରେ ସମସ୍ତଙ୍କୁ ନିବେଦନ କରାଯାଇଥିଲା । ଶେଷରେ ଉପଦେଷ୍ଟା କମିଟି ସଦସ୍ୟ ପ୍ରତାପ ରଥ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.