
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଷ୍ଟିଲ ସିଟି ରୋଟାରୀ କ୍ଲବ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ରାଉରକେଲା କ୍ଲବରେ ଦୀପାବଳି ମିଳନ ଓ ଫେଲୋସିପ ବୈଠକ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ରାଜ୍ୟପାଳ ରୋଟାରିୟାନ ଆଲମ ସିଂହ ରୁପ୍ରା ଏବଂ ଫାଷ୍ଟ ଲେଡି ରୋଟାରିୟାନ ହରପାଲ ରୁପ୍ରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମାରୋହକୁ ସମ୍ବୋଧିତ କରି ଜିଲ୍ଲାପାଳ ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇବା ସହ ଆସନ୍ତା ୨୦୨୭ ଜାନୁଆରୀ ୯ ଓ ୧୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସମ୍ମିଳନୀକୁ ସମସ୍ତଙ୍କୁ ନିମନ୍ତ୍ରଣ କରିଥିଲେ । ରୋଟାରିୟାନ ବବିତା ମହାନ୍ତିଙ୍କ ଦ୍ୱାରା ସ୍ଥାନଟିକୁ ସୁନ୍ଦର ଦୀପାବଳି ସାଜସଜ୍ଜାରେ ସଜାଯାଇଥିଲା । ସଂକ୍ଷିପ୍ତ ବୈଠକ ପରେ ହାଉସୀ ଏବଂ ବିଭିନ୍ନ ମଜାଦାର ଖେଳ ଆୟୋଜିତ ହୋଇଥିଲା । ଯେଉଁଥିରେ ସମସ୍ତ ସଦସ୍ୟ ଉତ୍ସାହର ସହ ଭାଗ ନେଇଥିଲେ । ଭୋଜନର ବ୍ୟବସ୍ଥା କରାଯାଇଥିଲା । ପୁରା ସନ୍ଧ୍ୟା ମଜା, ମସ୍ତି ଓ ଭାଇଚାରାରେ ପରିପୂର୍ଣ୍ଣ ଥିଲା ।