pakka

ଆସନ୍ତା କାଲି ବଲାଙ୍ଗିର ଜିଲ୍ଲାରେ କରୋନା ପରୀକ୍ଷା କେନ୍ଦ୍ର ଗୁଡ଼ିକର ତାଲିକା ଜାରି କଲା ଜିଲ୍ଲା ପ୍ରଶାସନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା କାଲି ବଲାଙ୍ଗିର ଜିଲ୍ଲାରେ କରୋନା ପରୀକ୍ଷା କେନ୍ଦ୍ର ଗୁଡ଼ିକର ତାଲିକା ଜାରି କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାର ପ୍ରତ୍ୟେକ ବ୍ଲକ ତଥା ମ୍ୟୁନିସିପାଲିଟି ଓ ଏନ୍‌ଏସି ଅଂଚଳରେ ମୋବାଇଲ୍‌ ଟେଷ୍ଟିଂ ଭେନ୍‌ ପହଂଚି କରୋନା ଟେଷ୍ଟ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଥିବା ବେଳେ ଜନସାଧାରଣଙ୍କ ସୁବିଧା ପାଇଁ ଏ ସଂକ୍ରାନ୍ତୀୟ ଏକ ପୂର୍ଣ୍ଣାଂଗ ତାଲିକା ପ୍ରକାଶ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ସଂକ୍ରମଣକୁ ରୋକିବା ପାଇଁ ତଥା ସଂକ୍ରମିତଙ୍କୁ ଉଚିତ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ଯଥାସାଧ୍ୟ ଉଦ୍ୟମ ଜାରି ରହିଛି ।

Leave A Reply

Your email address will not be published.

nineteen − 1 =