pakka

ଆସନ୍ତା ଜାନୁଆରୀ ୧୪ ଓ ୧୫ ତାରିଖ ଓଡିଶାର ଜିଲ୍ଲାଗୁଡିକର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ଜାନୁଆରୀ ୧୪ ଓ ୧୫ ତାରିଖ ଓଡିଶାର ଜିଲ୍ଲାଗୁଡିକର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏଥିପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟରେ ଆଉ ଦୁଇ ଦିନ ଯାଏଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା । ୧୫ ତାରିଖ ସକାଳ ଯାଏଁ ଲାଗି ରହିବ ବର୍ଷା, ଆସନ୍ତାକାଲି ଯାଏଁ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବ । ୮ଟି ଜିଲ୍ଲା ଯଥା କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ବୌଦ୍ଧ, ଗଞ୍ଜାମ, ଗଜପତି, ନୟାଗଡ଼, ଅନୁଗୁଳ ଜିଲ୍ଲାକୁ ବି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୫ ତାରିଖ ସକାଳ ଯାଏଁ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.

four + sixteen =