pakka

ସାବଧାନ : ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରୁ ୯୧ ଆକ୍ରାନ୍ତ ଚିହ୍ନଟ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ଓଡ଼ିଶାରେ ୧୦ ହଜାର ୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ଜିଲ୍ଲାରୁ ୨୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଆଜି ସକାଳୁ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଜିଲ୍ଲାର କେଉଁ ସ୍ଥାନରୁ କେତେ ସଂକ୍ରମିତ ଚିହ୍ନଟ ହୋଇଥିବା ରିପୋର୍ଟ ପ୍ରଦାନ କରିଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରୁ ୯୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି । ତେବେ ୱାର୍ଡ ନଂ.୩, ୧୨ ଓ ୧୪ରୁ ଜଣେ ଲେଖାଏଁ, ୱାର୍ଡ ନଂ.୧, ୪ ଓ ୧୩ରୁ ୨ ଜଣ ଲେଖାଏଁ, ୱାର୍ଡ ନଂ.୯ ଓ ୧୧ରୁ ୩ ଜଣ ଲେଖାଏଁ, ୱାର୍ଡ ନଂ.୨୧ରୁ ୪ ଜଣ, ୱାର୍ଡ ନଂ.୧୦, ୧୫ ଓ ୧୯ରୁ ୫ ଜଣ ଲେଖାଏଁ, ୱାର୍ଡ ନଂ.୬ରୁ ୬ ଜଣ, ୱାର୍ଡ ନଂ. ୭ ଓ ୧୮ରୁ ୭ ଜଣ ଲେଖାଏଁ, ୱାର୍ଡ ନଂ.୨୦ରୁ ୧୦ ଜଣ, ୱାର୍ଡ ନଂ.୨ରୁ ୧୩ ଜଣ ଏବଂ ୱାର୍ଡ ନଂ.୫ରୁ ୧୪ ଜଣ ଚିହ୍ନଟ ହୋଇଛନ୍ତି । ଏଭଳି ସଂକ୍ରମିତ ପରିସ୍ଥିତିରେ ବିଶେଷ ସତକର୍ତା ଅବଲମ୍ବନ ସହ ସରକାରୀ କୋଭିଡ୍‌ ଗାଇଡ୍‌ ଲାଇନ୍‌ ମାନି ଚଳିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

7 − 5 =