jayashree

ଅବସରପ୍ରାପ୍ତ କନିଷ୍ଠ କୃଷି ଅଧିକାରୀ ସୁରେନ୍ଦ୍ରନାଥ ସାହୁଙ୍କ ପରଲୋକ

ସୋନପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଜିଲ୍ଲା ଖମ୍ବେଶ୍ୱରୀପାଲି ନିବାସୀ ତଥା ଅବସରପ୍ରାପ୍ତ କନିଷ୍ଠ କୃଷି ଅଧିକାରୀ ସୁରେନ୍ଦ୍ରନାଥ ସାହୁଙ୍କ (୮୫) ବର୍ଷ ବୟସରେ ପରଲୋକ ଘଟିଛି । ଗତ ଏକ ମାସ ଧରି ସେ ବ୍ୟାଧିଜନିତ ରୋଗରେ ଅସୁସ୍ଥ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ୩୦ ତାରିଖ ଶୁକ୍ରବାର ଦିନ ଦେହାନ୍ତ ହୋଇଥିବା ଜଣାପଡ଼ିଛି । ମୃତ୍ୟୁ ସମୟରେ ତାଙ୍କ ବଡ଼ ପୁଅ ଗୌରାଙ୍ଗ ଚରଣ ସାହୁ, ସାନ ପୁଅ ଗଣେଶ ସାହୁ, ତିନି ଝିଅ, ଦୁଇ ଜ୍ୱାଇଁଙ୍କ ସମେତ ପରିବାରବର୍ଗ ଓ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ । ସ୍ଥାନୀୟ ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ବଡ଼ ପୁଅ ଗୌରାଙ୍ଗ ଚରଣ ସାହୁ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ସାହୁ ଜଣେ କର୍ତ୍ତବ୍ୟନିଷ୍ଠ କୃଷି ଅଧିକାରୀ ଭାବେ ଅଞ୍ଚଳରେ ବେଶ୍ ପରିଚିତ ଥିଲେ । ଚାକିରି ଜୀବନରେ ସେ ସୋନପୁର ଜିଲ୍ଲାର ଚାଷୀମାନଙ୍କ ଉନ୍ନତି ଓ କୃଷି କ୍ଷେତ୍ରର ବିକାଶ ପାଇଁ ଅନେକ କାର୍ଯ୍ୟ କରିଥିଲେ । ତାଙ୍କ ପରଲୋକରେ ସୋନପୁର ଜିଲ୍ଲା ତଥା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.