jayashree

ପତ୍ରାପାଲି(ଖ) ପଞ୍ଚାୟତର ନୂତନ କାର୍ଯ୍ୟାଳୟ ଗୃହ ଉଦଘାଟିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି(ଖ) ପଞ୍ଚାୟତର ନୂତନ ଭାବେ ନିର୍ମିତ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ଉଦଘାଟିତ ହୋଇଯାଇଛି । ପତ୍ରାପାଲି(ଖ) ପଞ୍ଚାୟତ ସରପଞ୍ଚ ଲବଣୀ ନାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ କଣ୍ଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଏଥିରେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ବିଡ଼ିଓ ବାସନ୍ତୀ ସେଠୀ, ବ୍ଲକ ଉପାଧ୍ୟକ୍ଷା ଯାଜ୍ଞସେନୀ ହାତୀ, ଏଇଇ ଅବିନାଶ ମୁଦି, ଜିପିଡିଓ ପ୍ରସନ୍ନ କୁମାର ନାଗ, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ଏପିଓ ପ୍ରେମାନନ୍ଦ ମିଶ୍ର, ବିଏଏସ୍‌ଓ ରିଙ୍କୁ ମେହେର, ପିଇଓ ମହେଶ କୁମାର ବେହେରା ଓ ନାଏବ ସରପଞ୍ଚ ପ୍ରଫୁଲ୍ଲ ନାଗ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ଏଡ଼ିଇଓ ହେମନ୍ତ ଭୋଇ, ଯୋଗାଣ ସହାୟକ ହେମନ୍ତ ପୋଢ଼, ୱାର୍ଡ ସଭ୍ୟସଭ୍ୟା ନିରୁପମା ପରାଭୋଇ, ଅମୃତ ମାଝୀ, ରମେଶ ହିଆଲ, କୌଶଲ୍ୟା ନାଗ, ବନିତା ବାଗ, ସିତାରାମ ହାତୀ, ଚାବିଦାର ନାଗ, ରାଜପତି ନାଗ, କୈକେୟୀ ନାଗ, ମୋହିତ କୁମାର ଜାନୀ, ସମାଜସେବୀ ତୀର୍ଥ ହାତୀ, ସରପଞ୍ଚ ପ୍ରତିନିଧି ଜିତେନ ନାଗଙ୍କ ସହ ସମସ୍ତ ପଞ୍ଚାୟତ ଅଞ୍ଚଳବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.