ଜଗାକୁ ଛାଡ଼ି ଚାଲିଗଲା କାଳିଆ

କଟକ : ଶେଷରେ ଜଗାକୁ ଛାଡ଼ି ଚାଲିଗଲା କାଳିଆ । କଟକ ଏସସିବିରେ କାଳିଆର ଦେହାନ୍‌ନ୍ତ ହୋଇଛି । କନ୍ଧମାଳର ଯୋଡାମୁଣ୍ଡ ଶିଶୁଙ୍କ ଭିତରୁ କାଳିଆର ମୃତ୍ୟୁ ହୋଇଛି । ସେପ୍ଟିସେମିଆ ଯୋଗୁଁ କାଳିଆର ମୃତ୍ୟୁ ହୋଇଥିବା ନେଇ ଏସସିବିର ଜରୁରିକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଦିଲ୍ଲୀ ଏମ୍‌ସରେ ଯୋଡା ମୁଣ୍ଡ ଶିଶୁ ଜଗା କାଳିଆର ଅସ୍ତ୍ରୋପଚାର କରାଯାଇଥିଲା । ପରେ ସେମାନଙ୍କୁ କଟକ ଏସସିବିକୁ ଅଣାଯାଇଥିଲା ଏବଂ ଚିକିତ୍ସା ଜାରି ରହିଥିଲା । କନ୍ଧମାଳର ଏହି ଯୋଡାମୁଣ୍ଡ ଶିଶୁଙ୍କ ପାଇଁ ସରକାରୀ ସ୍ତରରେ ବହୁ ପଦକ୍ଷେପ ଗ୍ରହଣ କରାଯାଇଥିଲା ।

Leave A Reply

Your email address will not be published.