ଗ୍ରାହକ ସେବାକେନ୍ଦ୍ର ଉଦ୍‌ଘାଟିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଘୁନସର ଗ୍ରାମରେ ଏକ ଗ୍ରାହକ ସେବାକେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି ।ଏହି ସେବାକେନ୍ଦ୍ର ଖୋଲାଯିବା ଦ୍ବାରା ଅଞ୍ଚଳର ମା’ ମାନେ ବହୁତ ସୁବିଧା ପାଇପାରିବେ । ନିଜର ଟଙ୍କା ଉଠାଣ ପାଇଁ ଏଠାରେ କୈାଣସି ପ୍ରକାର ପଇସା କଟିବ ନାହିଁ । ଆଗରୁ ଅନ୍ୟ ଗ୍ରାହକ ସେବାକେନ୍ଦ୍ର ମାନଙ୍କରେ ପଇସା ନେଣଦେଣ ସମୟରେ ପ୍ରତି ହଜାରେ ଟଙ୍କାରେ ଦଶ ଟଙ୍କା ରଖୁଥିଲେ । ଏବେ ଅଞ୍ଚଳର ମହିଳାମାନେ ନିଜ ଘର ନିକଟରେ ପଇସା ଉଠାଣ କରିପାରିବେ, ତାହା ବି ବିନା କୈାଣସି ଶୁଳ୍କରେ । ଏହି ଗ୍ରାହକ ସେବାକେନ୍ଦ୍ର ପାଇଁ କେଓ ଅଳକା ସୁନାଙ୍କୁ ଦାୟିତ୍ଵ ଦିଆଯାଇଛି । ଏହି କାର୍ୟ୍ୟକ୍ରମରେ ଏଓ ବାହୁବଳ ପୁରୋହିତ, ଯୋଗାଣ ସହାୟକ ପ୍ରକାଶ ବାଗ, ମାୟାଧର ସାହୁ, ନିରୁପମା ମିଶ୍ର, ଶୋଭାଗିନୀ ସାହୁ ଏବଂ ପଞ୍ଚାୟତର ସମସ୍ତ ସିଆରପି ମାନେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.