ବାତ୍ୟା ‘ନିଭାର’ ଭୟଙ୍କର ରୂପ ଧାରଣ କଲା : ଛୁଇଁଲା ସ୍ଥଳଭାଗ

ଚେନ୍ନାଇ : ଶକ୍ତିଶାଳୀ ବାତ୍ୟା ‘ନିଭାର’ ଗୁରୁବାର ଭୋରରୁ ସ୍ଥଳଭାଗ ଛୁଇଁଥିବା ସୂଚନା ମିଳିଛି। ତାମିଲନାଡୁର ମଲ୍ଲାପୁରମ ଏବଂ ପୁଡୁଚେରୀର କରିକଲରେ ବାତ୍ୟା ମାଡ କରିଥିବା ବେଳେ ଲ୍ୟାଣ୍ଡଫଲ ସମୟରେ ପବନର ଘଣ୍ଟାପ୍ରତି ବେଗ ୧୧୦ରୁ ୧୩୦ କିମି ଓ ବେଳେବେଳେ ଏହା ୧୪୫ କିମି ଛୁଇଁଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତାମିଲନାଡୁ ଏବଂ ପୁଡୁଚେରୀରେ ବାତ୍ୟା ଆତଙ୍କ ସୃଷ୍‌ଷ୍ଟି କରିଥିବା କୁହାଯାଇଛି । ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଏବଂ ପବନ ଲାଗି ରହିଥିବା ବେଳେ ବାତ୍ୟାକୁ ନଜରରେ ରଖି ବିମାନ ଏବଂ ମେଟ୍ରୋ ସେବା ମଧ୍ୟ ବନ୍ଦ ରହିଛି ।

Leave A Reply

Your email address will not be published.