କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ନିଜ ଇଚ୍ଛାରେ ଯେକୌଣସି ଲୋକ ସହ ରହିପାରିବେ ମହିଳା

ନୂଆଦିଲ୍ଲୀ : ସାରା ଦେଶରେ ଏବେ ଲଭ୍‌ ଜିହାଦ୍‌ ଓ ଅନ୍ୟ ଧର୍ମରେ ବିବାହକୁ ନେଇ ବିତର୍କ ଚାଲିଥିବା ବେଳେ କୋର୍ଟଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ସାମ୍‌ମ୍ନାକୁ ଆସିଛି । ଜଣେ ପ୍ରାପ୍ତ ବୟସ୍କ ମହିଳା ବା ଯୁବତୀ ନିଜ ଇଚ୍ଛା ଅନୁସାରେ ଯେକୌଣସି ଲୋକ ସହ ଓ ଯେକୌଣସି ସ୍ଥାନରେ ରହିପାରିବେ। ଏଥିରେ କେହି ବି ବାଧା ସୃଷ୍ଟି କରିପାରିବେ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଣେ ୨୦ ବର୍ଷୀୟ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ସହ ରହିବା ପାଇଁ ଅନୁମତି ଦେବା ସମୟରେ କୋର୍ଟ ଏଭଳି ରାୟ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.