ରାସ୍ତା ଉପରେ ପାର୍କିଂ ହୋଇଥିବା କାର୍ ଜଳିଗଲା

ସମ୍ବଲପୁର, (ଦାମୋଦର ପଣ୍ଡା) : ରାସ୍ତା ଉପରେ ପାର୍କିଂ ହୋଇଥିବା କାର୍ ହଠାତ୍‌ ନିଆଁ ଲାଗି ଜଳି ଯାଇଥିବା ଦେଖିବାକୁ ମିଳିଛି । ୫୩ ନମ୍ବର ଜାତୀୟ ରାଜପଥ ସମ୍ବଲପୁର ବରେଇପାଲି ନିକଟରେ ଏହି ଘଟଣା ଘଟିଥିବା ଜରାପଡ଼ିଛି । । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା କୁହାଯାଇଛି । ସୂଚନା ଅନୁସାରେ ଗତ ରାତିରେ କାର୍‌ରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । କେହି ଦୁର୍ବୃତ୍ତ ଏଥିରେ ନିଆଁ ଲଗାଇ ଦେଇଥିବା ଗାଡ଼ି ମାଲିକ ଅଭିଯୋଗ କରିଛନ୍ତି । ପୁଲିସ୍‌ ଘଟଣାର ତଦନ୍‌ନ୍ତ ଚଳାଇଥିବା କୁହାଯାଇଛି ।

Leave A Reply

Your email address will not be published.