ମହା ଧାରଣା : କୃଷକମାନ‌ଙ୍କ ଦିଲ୍ଲୀ ଯାତ୍ରା : ସୀମା ସିଲ୍, ହରିୟାଣା ଏବଂ ୟୁପି ଯିବନାହିଁ ଦିଲ୍ଲୀ ମେଟ୍ରୋ ବନ୍ଦ

ନୂଆଦିଲ୍ଲୀ : ଆଜି ପଞ୍ଜାବ ଏବଂ ହରିୟାଣାର କୃଷକମାନେ କୃଷି ଆଇନକୁ ବିରୋଧ କରିବାକୁ ଯାଉଛନ୍ତି । ଏଥିପାଇଁ ଶହ ଶହ କୃଷକ ଟ୍ରାକ୍ଟର ଏବଂ ଟ୍ରକ୍‌ରେ ଦିଲ୍ଲୀ ଯାତ୍ରା କରୁଛନ୍ତି ।କୃଷକମାନେ କେନ୍ଦ୍ର ଦ୍ୱାରା ନିକଟରେ ପାସ ହୋଇଥିବା କୃଷି ଆଇନକୁ ଦୃଢ଼ ବିରୋଧ କରୁଛନ୍ତି । ଭାରତୀୟ କୃଷକ ସଂଘ ଦାବୀ କରିଛି ଯେ, ଆଜି ଦିଲ୍ଲୀରେ ହଜାର ହଜାର କୃଷକ ବିରୋଧ କରିବେ । ଏହି ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଦିଲ୍ଲୀ-ହରିୟାଣା ସୀମାରେ ସୁରକ୍ଷା ବୃଦ୍ଧି କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ହରିୟାଣା ପଞ୍ଜାବ ସହିତ ଏହାର ସୀମାକୁ ମଧ୍ୟ ସିଲ୍ କରାଯାଇଛି । ଦିଲ୍ଲୀରେ ମଧ୍ୟ ଚାଷୀଙ୍କୁ ଅଟକାଇବା ପାଇଁ ପୋଲିସ ଠୋସ୍ ବ୍ୟବସ୍ଥା କରିଛି । ଦିଲ୍ଲୀ ପୋଲିସ କହିଛି ଯେ, କରୋନା ସଂକ୍ରମଣ ସମୟରେ ଯଦି କୃଷକମାନେ ଦିଲ୍ଲୀରେ ଏକାଠି ହୁଅନ୍ତି, ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave A Reply

Your email address will not be published.