jsm

ସଇଁତଲା ଠାରେ ଆପ୍‌ର କର୍ଯ୍ୟକର୍ତ୍ତାମାନଙ୍କ ବୈଠକ ଅନୁଷ୍ଠିତ

csstore

ସଇଁତଲା, (ପ୍ରମୋଦ କୁମାର ସେଲ୍‌ମା) : ଆମ ଆଦମୀ ପାର୍ଟି ବଲାଙ୍ଗିର ଜିଲ୍ଲା ଆବାହକ, ଆପ ଓଡିଶା ମୁଖପାତ୍ର ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ ବଲାଙ୍ଗିର ସଇଁତଳା ବ୍ଲକର ସଇଁତଳା ଠାରେ ଆପର କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଆଗାମୀ ଦିନରେ ହେବାକୁ ଥିବା ବିଜୁଳି ଆନ୍ଦୋଳନ ପାଇଁ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ବୈଠକରେ ବଲାଙ୍ଗିର ଆପର ସଦାଶିବ ମେହେର, ଜୟ ପ୍ରକାଶ ମିଶ୍ର, ଶ୍ୟାମଘନ ନନ୍ଦ, ସଇଁତଳା ବ୍ଲକ୍ ସଭାପତି ସୁରେଶ ମହାନନ୍ଦ, ଜୁଗଳ ସାହୁ, ଶିବପ୍ରସାଦ ସାହୁ, ରମେଶ ସୁନା, ଚନ୍ଦନ ପ୍ରାସାଦ କୁମ୍ଭାର, ପ୍ରମୋଦ ତାଣ୍ଡି, ଶରତ ସାହୁ ଏବଂ ଆହୁରି କିଛି ପଂଚାୟତର ସଭାପତି ଏବଂ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.