pakka

ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିବାରେ ସଫଳ ହେଲା ରାଉରକେଲା ପୁଲିସ : ୩ ଗିରଫ

ରାଉରକେଲା, (ସସ୍ମିତା ପଧାନ) : ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିବାରେ ସଫଳ ହୋଇଛି ରାଉରକେଲା ପୁଲିସ । ସୂଚନା ଅନୁସାରେ ବୁଧବାର ରାତିରେ ସହରର ଏକ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଡକାୟତି କରିବାକୁ ଯୋଜନା କରୁଥିବା ଦଳକୁ ପ୍ଲାଣ୍ଟସାଇଟ ପୁଲିସ ଗିରଫ କରି ସେମାନଙ୍କ ଠାରୁ ୪ ଟି ପିସ୍ତଲ , ୩୨ ରାଉଣ୍ଡ ଜୀବନ୍ତ ଗୁଳି , ୨ ଟି ବମ , ୨ ଟି ଖଣ୍ଡା ଏବଂ ଗୋଟିଏ କାର ଜବତ କରିଛି । ତେବେ ଏହି ଡକାୟତ ମାନେ ଅପରାଧ କରିବାକୁ ରାଉରକେଲା ବିଶ୍ରା- ବନ୍ଧମୁଣ୍ଡା ରାସ୍ତାରେ ଏକ କାରରେ ଯାଉଥିବା ବେଳେ ପୁଲିସ ହାତରେ ଧରା ପଡ଼ିଥିଲେ । ଧରା ପଡିଥିବା ତିନିଜଣ ଡକାୟତ ମାଲଗୋଦାମ ରୋଡ଼ର ମହମ୍ମଦ ପରବେଜ, ଗୁରୁଦ୍ୱାର ରୋଡର ପ୍ରମୋଦ ଶ୍ରୀବାସ୍ତବ ଏବଂ ଶମ୍ଭୁରାମ ବୋଲି ଜଣାପଡିଛି ।

Leave A Reply

Your email address will not be published.

5 + three =