pakka

ପାରମ୍ପରିକ ଉପଖଣ୍ଡ ବୈଦ୍ୟ ସମ୍ମିଳନୀ ଓ ସଚେତନତା ଶିବିର ପାଇଁ ପ୍ରସ୍ତୁତି ବୈଠକ

bbehera

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ଲକ୍ଷ୍ମୀମୁଣ୍ଡା ଗ୍ରାମର ସ୍ଵେଚ୍ଛାସେବୀ ଅନୁଷ୍ଠାନ ଜୀବନ୍ୟାସର ସଂପାଦକ ମିନକେତନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପାରମ୍ପରିକ ବୈଦ୍ୟ ସମ୍ମିଳନୀ ଓ ସଚେତନ ଶିବିର ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନିରୋଗ ସ୍ଵାସ୍ଥ୍ୟ ଓ ଦାରିଦ୍ର୍ୟ ଦୂରୀକରଣ, ପ୍ରତ୍ୟେକ ଗ୍ରାମର ବୈଦ୍ୟ ପାଠଶାଳା ଆରମ୍ଭ କରିବା, ଆଗାମୀ ଡିସେମ୍ବର ମାସରେ ତ୍ରିଦିବସୀୟ ଆୟୁର୍ବେଦିକ ଚିକିତ୍ସାର ଦକ୍ଷତା ବୃଦ୍ଧି, ତାଲିମ ଶିବିର ଆରୋଗ୍ୟ ଯୋଗିମୁଣ୍ଡାଠାରେ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ନିଆଯାଇଥିଲା । ଅନୁଷ୍ଠାନ ପକ୍ଷରୁ ଆସନ୍ତା ୨୧ ନଭେମ୍ବରରେ ଉପଖଣ୍ଡ ସ୍ତରୀୟ ବୈଦ୍ୟ ସମ୍ମିଳନୀ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଥିଲା । ତାଲିମ ଶିବିର ପାଇଁ ବୈଦ୍ୟମାନଙ୍କ ରହିବା ଖାଇବା ଆଦି ଖର୍ଚ୍ଚ ଉପରେ ଆଲୋଚନା କରାଯାଇଥିବା ବେଳେ ସଭ୍ୟ ଚାନ୍ଦା ଆଦାୟ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଅନେକ ଗ୍ରାମଗୁଡିକରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଗାତ ଖୋଲା ଯିବା ଫଳରେ ଔଷଧୀୟ ଗୁଳ୍ମ ଜାତୀୟ ଗଛ ଲୁପ୍ତ ହୋଇଯାଇଅଛି । ଏହାର ପୁନରୁଦ୍ଧାର ପାଇଁ ଆଗାମୀ ଦିନରେ ସରକାରଙ୍କୁ ଦାବୀ ଜଣାଇବାକୁ ନିଷ୍ପତ୍ତି ନିଆଯାଇଥିଲା । ଜୀବନ୍ୟାସ ସଂପାଦକ ଶ୍ରୀ ପ୍ରଧାନ ବୈଦ୍ୟମାନଙ୍କୁ ସହଯୋଗ କରିବା ସହ ଅନୁରୋଧ କରି କହିଥିଲେ ଯେ ବୈଦ୍ୟ ଗୁରୁ ଦେବାନନ୍ଦ ସାହୁଙ୍କ ପୁରାତନ ଋଷି ପାରାୟଣଙ୍କୁ ବଞ୍ଚାଇବାକୁ ହେଲେ ଗୁରୁ ଶିଷ୍ୟର ପରମ୍ପରାକୁ ମାନିବାକୁ ହେବ ବୋଲି ପଂଖାନୁପୁଙ୍ଖ ଭାବରେ ଆଲୋକପାତ କରିଥିଲେ । ଅନେକ ଅସାଧ୍ୟ ରୋଗ ଯଥା ବାତ ପିତ୍ତ କଫ ଏସିଡ, ମଳକଣ୍ଠ, ପ୍ରଦର, ମେଦବହୁଳତା ଆଦି ରୋଗର ନିବାରଣ ପାଇଁ ବାତମାରୀ ଚୁର୍ଣ୍ଣ, କୋଷ୍ଠ ସୁଦ୍ଧିକାରକ ଚୂର୍ଣ୍ଣ, ଗ୍ୟାନେଦ୍ର ଚୂର୍ଣ୍ଣ, ଅମୃତ ଦୁଳପ ପାଚନ ଚୂର୍ଣ୍ଣ ଆଦି ଔଷଧ ସେବନ ବିଧି ଉପରେ ଆଲୋଚନା କରାଯାଇଥିଲା । ଏଥିରେ ବୈଦ୍ୟ ଡିଲେଶ୍ଵର ମେହେର, ଜୟସିଂ ବଢିଆ, ଡାକ୍ତର ରଣା, ବଲ୍ଲଭ ପୁଟେଲ, ପଖୁନୁ ଠାକୁର, ଯୁଧିଷ୍ଠିର ପଣ୍ଡା, ରାଧେଶ୍ୟାମ ସା, ବିଜୟ ସାହୁ, ସୁରେନ୍ଦ୍ର ମେହେର, ଚନ୍ଦ୍ରମଣି ବନଛୋର, ଶୁକୃ ମେହେର, ବନମାଳୀ ପୋଢ, ଅକ୍ରୁର ବରିହା, ସୁବାସ ପ୍ରଧାନ, ଡିଲେଶ୍ଵର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିବା ବେଳେ ଡିଲେଶ୍ଵର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

3 + 13 =