pakka

କଂଗ୍ରେସ ବନ୍ଦ ଡାକରା : ଗଞ୍ଜାମ ପୋଲିସ ଜିଲ୍ଲାରେ ୨୩ ଥାନା ସଜାଗ, ସବୁଠି ଭିଡିଓ ଉତ୍ତୋଳନ ବ୍ୟବସ୍ଥା ରହିବ – ଗଞ୍ଜାମ ଏସପି

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମମିତାଙ୍କୁ ନ୍ୟାୟ ଦାବୀରେ କଂଗ୍ରେସ ବନ୍ଦ ଡାକରା ଦେଇଥିବା ବେଳେ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ନେଇ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ଥିବା ନେଇ ସଂପୂର୍ଣ୍ଣ ବନ୍ଦ ପାଳନକୁ ନିଷେଧାଦେଶ ଜାରି କରିଛନ୍ତି ହାଇକୋର୍ଟ । କଂଗ୍ରେସ ପକ୍ଷରୁ ନଭେମ୍ବର ୧୨ ଓଡ଼ିଶା ବନ୍ଦକୁ ନେଇ କେବଳ ଶାନ୍ତିପୂର୍ଣ୍ଣ ଭାବେ ହରତାଳ କରିପାରିବେ ଯାହା ହାଇକୋର୍ଟ ଦର୍ଶାଇଛନ୍ତି ବୋଲି କୁହାଯାଏ । ଏହି ପରିପ୍ରେକ୍ଷୀରେ ହାଇକୋର୍ଟର ନିର୍ଦ୍ଦେଶ ପ୍ରକାରେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଜରୁରୀ କାଳୀନ ଭାବେ ଗୁରୁବାର ରାତ୍ରି ୮ଘଣ୍ଟା ସମୟରେ ପୋଲିସ ମୁଖ୍ୟାଳୟରେ ଖବର ପ୍ରକାଶନ ଓ ଇଲକ୍ଟ୍ରୋନିକ୍‌କ୍ସ ଗଣମାଧ୍ୟମକୁ ଡକାଇ କଥାବାର୍ତ୍ତା କରିଛନ୍ତି । ସମସ୍ତ ଦୋକାନ ବଜାର, ବ୍ୟବସାୟ ପ୍ରତିଷ୍ଠାନ, ସ୍କୁଲ,କଲେଜ, ଅଫିସ ଦପ୍ତରାଞ୍ଚଳ ସ୍ବଭାବିକ ଭାବେ ଖୋଲା ରହିବ । ସାଧାରଣ ଜୀବନଯାତ୍ରାରେ କେହି କୌଣସି ବି ଲୋକ ପ୍ରତିବନ୍ଧକ ଲଗାଇ ପାରିବେନି । ଅନ୍ୟଥା ଆଇନ ଅନୁଯାୟୀ ପୋଲିସର କଡା କାର୍ୟ୍ୟାନୁଷ୍ଠାନ ଭଳି ଦୃଢ଼ତାର ସହ ପୋଲିସ ପଦକ୍ଷେପ ନିଆଯିବ ବୋଲି ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ଗଣମାଧ୍ୟମ ଆଗରେ କହିଛନ୍ତି । ବିଶୃଙ୍ଖଳା ଘଟିଲେ ପ୍ରତ୍ୟକ୍ଷଦର୍ଶୀଙ୍କୁ ପ୍ରୋତ୍ସାହନ ଦେଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସମସ୍ତ ଥାନା କର୍ତ୍ତୃପକ୍ଷଙ୍କ ତରଫରୁ ବିଭିନ୍ନ ସ୍ଥାନରେ ଭିଡିଓ କ୍ୟାମେରା ଉତ୍ତୋଳନର ବନ୍ଦୋବସ୍ତ କରାଯାଉଛି ବୋଲି ଗଞ୍ଜାମ ଏସପି ସ୍ୱଷ୍ଟ କରି କହିଛନ୍ତି । ଏନେଇ ଭି.ସି.ମାଧ୍ୟମରେ ସବୁ ଥାନା ତଥା ଜିଲ୍ଲାର ୨୩ ଥାନା କର୍ତ୍ତୃପକ୍ଷଙ୍କ ସହ ଗଞ୍ଜାମ ଜିଲ୍ଲା ପୋଲିସ ଅଧୀକ୍ଷକ କଥାବାର୍ତ୍ତା କରିଛନ୍ତି ।

jay balangir
Leave A Reply

Your email address will not be published.

6 + seven =

error: Content is protected !!