ଖୁସି ଖବର : ଏନ୍‌ଏସିରେ ଅଫିସ୍‌ ସହାୟକ ଭାବେ ଯୋଗଦେଲେ କିନ୍ନର ମାୟା

କୁଚିଣ୍ଡା : କିନ୍ନରମାନଙ୍କ ପାଇଁ ଖୁବ୍‌ ଖୁସି ଖବର । ସରକାରୀ ଚାକିରୀ କ୍ଷେତ୍ରରେ କିନ୍ନରମାନଙ୍କୁ ସାମିଲ୍‌ କରାଯିବା ପାଇଁ କିନ୍ନର ମହାସଂଘ ପକ୍ଷରୁ ରୀତିମତ ଦାବୀ କରାଯାଉଛି । ତେବେ ବର୍ତ୍ତମାନ ଏ ଦିଗରେ ଏକ ଖୁସି ଖବର ସାମ୍ନାକୁ ଆସିଛି । କୁଚିଣ୍ଡା ଏନ୍‌ଏସି. ଅଫିସରେ ଅଫିସ୍‌ ସହାୟକ ଭାବେ ଯୋଗ ଦେଇଛନ୍ତି କିନ୍ନର ମାୟା । ସୂଚନା ଅନୁସାରେ ଦେବଗଡ଼ ଜିଲ୍ଲା କୁଚିଣ୍ଡା ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟାଳୟରେ ବାରକୋଟ ଅଂଚଳର ଗିରିଧାରି କିସାନ ଓରଫ୍‌ ମାୟା ଅଫିସ୍‌ ଆସିଷ୍ଟାଣ୍ଟ (ଏନ୍‌ୟୁଏଲ୍‌ଏମ୍‌) ଭାବେ ନିଯୁକ୍ତି ପାଇଁ କାମ ଆରମ୍ଭ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ସରକାରୀ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୪୮ ଜଣ କିନ୍ନରଙ୍କୁ ନିଯୁକ୍ତି ଦେଇ ପାରିଛନ୍ତି । କିନ୍ନରମାନଙ୍କୁ ସମାଜର ସମସ୍ତ କ୍ଷେତ୍ରରେ ଉଚିତ ସମ୍ମାନର ସହ ସାମିଲ୍‌ କରାଯିବା ଦାବୀରେ କିନ୍ନର ମହାସଂଘ ସର୍ବଦା ସଂଘର୍ଷରତ । ତେବେ ରାଜ୍ୟ ସରକାରଙ୍କ କିନ୍ନରଙ୍କୁ ସରକାରୀ ଚାକିରୀରେ ନିଯୁକ୍ତି ପ୍ରଦାନ ପଦକ୍ଷେପକୁ ମହାସଂଘ ପକ୍ଷରୁ ସ୍ୱାଗତ କରାଯାଇଥିବା ବେଳେ ସଂଘ ରାଜ୍ୟ ସଭାପତି ମୀରା ପରିଡ଼ା, କଳାହାଣ୍ଡିର କାମିନୀ, ଅନୁଗୁଳର ଦିବେଶ, ଗୁରୁ ଲିଟୁଙ୍କ ସହ ମାୟା ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.