ବିଜ୍‌ନେସ୍‌ୱାର୍ଲଡ଼୍‌ ‘ବି’ ସ୍କୁଲ ମାନ୍ୟତାରେ ସମ୍ବଲପୁର ଆଇଆଇଏମ୍‌ ଅଷ୍ଟାଦଶ ସ୍ଥାନରେ

ସମ୍ବଲପୁର, (ଦାମୋଦର ପଣ୍ଡା) : ବିଜ୍‌ନେସ୍‌ୱାର୍ଲଡ଼୍‌ ‘ବି’ ସ୍କୁଲ ମାନ୍ୟତାରେ ସମ୍ବଲପୁର ଆଇଆଇଏମ୍‌ ଅଷ୍ଟାଦଶ ସ୍ଥାନ ଅଧିକାର କରିଛି । ଗତ ଅକ୍ଟୋବର ୨୨ ବିଜ୍‌ନେସ୍‌ୱାର୍ଲଡ ସଂଖ୍ୟାରେ ପ୍ରକାଶିତ ଭାରତର ଶ୍ରେଷ୍ଠ ସରକାରୀ ବି ସ୍କୁଲ ତାଲିକାରେ ଆଇଆଇଏମ୍‌ ସମ୍ବଲପୁର ୧୮ତମ ସ୍ଥାନରେ ରହିଥିବା କୁହାଯାଇଛି । ତେବେ ସମସ୍ତ ପ୍ରକାର ସ୍ୱତନ୍ତ୍ରତା ଜାହିର୍‌ କରି ନୂଆ ଭାବେ ଆରମ୍ଭ ହୋଇଥିବା ସଂପୃକ୍ତ ଅନୁଷ୍ଠାନ ଶ୍ରେଷ୍ଠ ବି ସ୍କୁଲ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.