ଚିକିତ୍ସାଧୀନ ଅବସ୍ଥାରେ ସାମ୍ବାଦିକଙ୍କ ଗୋଡରେ କଡ଼ି ପକାଇବା ଘଟଣା : ଅପରାଧୀକୁ ତୁରନ୍ତ ଗିରଫ କରିବାକୁ ଆଦିବାସୀ ମହାସଂଘର ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚିକିତ୍ସାଧୀନ ଅବସ୍ଥାରେ ସାମ୍ବାଦିକଙ୍କ ଗୋଡରେ କଡ଼ି ପକାଇବା ଘଟଣା ଏକ ଧର୍ତ୍ତବ୍ୟ ଅପରାଧ । ଅପରାଧୀକୁ ତୁରନ୍ତ ଗିରଫ କରିବାକୁ ଆଦିବାସୀ ମହାସଂଘ ଦାବୀ କରିଛି । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକର କନକ ନିୟୁଜ ଏବଂ ସମ୍ବାଦ ଖବର କାଗଜର ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ଆକ୍ରୋଶ ମୂଳକ ଭାବରେ ଗିରଫ କରିବା ସହିତ ହସ୍ପିଟାଲରେ ଚିକିତ୍ସା ବେଳେ ତାଙ୍କ ଗୋଡରେ ଲୁହା କଡ଼ି ପକାଯାଇଥିଲା । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭରେ କାର୍ଯ୍ୟରତ ସମ୍ବାଦ ପ୍ରତିନିଧି ପ୍ରତି ପୋଲିସର ଅମାନବିକ କାର୍ଯ୍ୟାନୁଷ୍ଠାନ, ବର୍ବରୋଚିତ ବ୍ୟବହାର, ନୃଶଂସ ନିର୍ଯ୍ୟାତନାକୁ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ଘୋର ନିନ୍ଦା କରିଛି । ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ଶ୍ରୀ ଦଳେଇଙ୍କୁ ହସ୍ପିଟାଲରେ ଗୋଡ଼ରେ କଡ଼ି ପକାଇଥିବା ହାବିଲଦାର, ଭାରପ୍ରାପ୍ତ ଥାନା ଅଧିକାରୀଙ୍କୁ ଗିରଫ କରିବାକୁ ମହାସଂଘର ମହାସଚିବ ନିରଞ୍ଜନ ବିଶି ଦାବୀ କରିଛନ୍ତି ।

Leave A Reply

Your email address will not be published.