Yearly Archives

2022

ହିମାଚଳ ପ୍ରଦେଶର ହାଂପ୍ତା ପାସ ପାହାଡ଼ ଶିଖରରେ ତ୍ରିରଙ୍ଗା ପତାକା ଉଡ଼ାଇଲେ ଅଭିଜିତ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳିଙ୍ଗ ଡେୟାର ଡେଭିଲସ ଓ ଥିଲୋଫିଲିଆର ମିଳିତ ଆନୁକୂଲ୍ୟରେ ଚୟନ ହୋଇଥିବା ଓଡ଼ିଶାର ୨୪ ଜଣିଆ ପର୍ବତାରୋହୀ ଦଳ ସମୁଦ୍ରପତ୍ତନ ଠାରୁ ୧୪୦୬୫ ଫୁଟ ଉଚ୍ଚରେ ଥିବା ହିମାଚଳ ପ୍ରଦେଶର ହାଂପ୍ତା ପାସ ପର୍ବତ ଆରୋହଣ କରି ବରଫ ଝଡ଼କୁ ସାମନା କରି ମଧ୍ୟ ସେଠାରେ…
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୦୪ ଟି କେନ୍ଦ୍ରରେ ୧୮ ରୁ ଅଧିକ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷ ରୁ ୧୪ ବର୍ଷ ନିମନ୍ତେ ୦୪ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର…
Read More...

ବଜ୍ରପାତରେ ଚାଲିଗଲା ନାବାଳକଙ୍କ ଜୀବନ

ଅନୁଗୁଳ : ଅନଗୁଳ ବଡ଼କେରେଜାଙ୍ଗରେ ଚାଷ ଜମିକୁ ମାଆକୁ ଡାକିବାକୁ ଯାଇଥିବା ସମୟରେ ବଜ୍ରପାତରେ ଚାଲିଗଲା ପୁଅର ଜୀବନ । ମୃତକ ଜଣକ ବଡ଼କେରେଜାଙ୍ଗ ଗାଁର ଦୁଷ୍ମନ୍ତ ସାହୁ(୧୭) ବୋଲି ଜଣାପଡିଛି । ସୂଚନା ଅନୁସାରେ ବଡ଼କେରେଜାଙ୍ଗ ଗାଁର ଦୁଷ୍ମନ୍ତଙ୍କ ମା' ଚାଷ ଜମିକୁ ଯାଇଥିଲେ । ଏହି ସମୟରେ…
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୨ ଗୁରୁତର

ଦେବଗଡ : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣକ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଥିବା ଜଣାପଡିଛି । ସୂଚନା ଅନୁସାରେ ଦେବଗଡ ଆଦର୍ଶ ଥାନା ଅନ୍ତର୍ଗତ ତେଲିସୁଆଁ ଗ୍ରାମର ନିରନ୍ତର ମିଞ୍ଜ, ପିଣ୍ଟୁ ନାୟକ ଓ ସତ୍ୟ ନାୟକ ବାଇକ ଯୋଗେ ନିକଟସ୍ଥ ପାରପୋଷୀ ଗ୍ରାମକୁ ଯାଉଥିବା ବେଳେ ରକ୍ସା ଘାଟିରେ…
Read More...

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ପାଟଣାଗଡ଼ ଏନ.ଏ.ସି ଅଧ୍ୟକ୍ଷା ମାନସୀ ବିଶ୍ୱାଳ

ପାଟଣାଗଡ଼, (ଗୋରେଖନାଥ ବରିହା) : ରାଜ୍ୟସଭା ସାଂସଦ ଭାବରେ ନିରଞ୍ଜନ ବିଶି ମନୋନୀତ ହେବା ପରେ ପାଟଣାଗଡ଼ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଅନୁନ୍ନତ ଅଞ୍ଚଳ, ଦାଦନ ପ୍ରବଣ ଅଞ୍ଚଳ, ମରୁଡ଼ି ପ୍ରବଣ ଅଞ୍ଚଳ, ଆଦିବାସୀ ଅଞ୍ଚଳ ତଥା ଗାଉଁଲି ମଫସଲ ଗାଁରୁ ଆସ୍ଥା ପ୍ରକଟ କରି ଜଣେ ଗରିବ…
Read More...

ଟିକ୍ରାପଡା ଚାନ୍ଦ ମନ୍ଦିରରେ ଶ୍ରୀଜୀଉଙ୍କର ହାତୀ ବେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ଥାନୀୟ ଟିକ୍ରାପଡା ସ୍ଥିତ “ଶ୍ରୀକ୍ଷେତ୍ର” ଚାନ୍ଦ ମନ୍ଦିରଠାରେ ଶ୍ରୀଜୀଉଙ୍କର ସ୍ନାନଯାତ୍ରା ସହ ଗଜାନନ ବେଶ ଅନୁଷ୍ଠିତ ହୋଇଯାଇଛି । ସକାଳ ଘ.୧୦ରୁ ସ୍ନାନଯାତ୍ରା ଆରମ୍ଭ ହୋଇ ମଧ୍ୟାହ୍ନରେ ସମାପନ ହୋଇଥିବା ବେଳେ…
Read More...

ବାଇକ୍ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ କୁଇବାହାଲ ଗାଁ ସୋରିପଡାର ଗଗନେଶ୍ୱର ମାଝି(୨୩) ନାମକ ଯୁବକ କଣ୍ଟାବାଞ୍ଜିରୁ ତୁରେକେଲା ଯାଉଥିବା ସମୟରେ ବାଇକ୍ ଦୁର୍ଘଟଣା ଘଟି ମୃତ୍ୟୁବରଣ କରିଥିବା ଜଣାପଡିଛି । ସ୍ଥାନୀୟ ଲୋକେ ଦୁର୍ଘଟଣାଟି ଦେଖି…
Read More...

ଚାଷ ଜମି ପାଇଁ ଏକର ଏକର ଜଙ୍ଗଲ ଜମି ଜବର ଦଖଲ ଅଭିଯୋଗ

କଂଟାବାଂଜି, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ଫରେଷ୍ଟ ଡିଭିଜନ ଅଧିନସ୍ଥ କଂଟାବାଂଜି ଓ ବଙ୍ଗୋମୁଣ୍ଡା ଉଭୟ ଦୁଇ ରେଂଜରେ ଦିନକୁ ଦିନ ସଂରକ୍ଷିତ ଜଙ୍ଗଲ ଧ୍ୱଂସ ହେବାରେ ଲାଗିଛି । ଜଙ୍ଗଲ ଜମିକୁ ଚାଷ ଜମିରେ ପରିଣତ କରିବା ପାଇଁ ଦୈନନ୍ଦିନ ସଂରକ୍ଷିତ ଜଙ୍ଗଲର ସମସ୍ତ ଗଛକୁ କାଟି ପଦା…
Read More...

ଇଡ଼ି ପକ୍ଷରୁ ସାଂସଦ ରାହୁଳ ଗାନ୍ଧୀଙ୍କୁ ଜେରା କରିବା ଘଟଣାକୁ ଗଂଜାମ ଜିଲ୍ଲା କଂଗ୍ରେସ ସଂକଳ୍ପ ଶିବିରରେ ନିନ୍ଦା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ନ୍ୟାସନାଲ ହେରାଲଡ଼ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ଜାତୀୟ କଂଗ୍ରେସର ପୂର୍ବତନ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀଙ୍କୁ ଜେରା କରିଥିବା ଘଟଣା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସଂଗଠନ ପକ୍ଷରୁ କୁହାଯାଇ ଏହି ଘଟଣାର ତୀବ୍ର ନିନ୍ଦା…
Read More...

ମ.ରାମପୁରରେ ଦେବ ସ୍ନାନ ପୂର୍ଣ୍ଣିମା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଜଗନ୍ନାଥ ମନ୍ଦିରରେ ପବିତ୍ର ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି । ପୂଜକ ଅଶୋକ କୁମାର ତ୍ରିପାଠୀ ନୀତି କାନ୍ତି ସହ ପୂଜା କରିଥିଲେ । ହିରେନ୍ଦ୍ର ପ୍ରତାପ ସିଂ ଦେଓ ସହଯୋଗ କରିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ…
Read More...