ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୨ ଗୁରୁତର

ଦେବଗଡ : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣକ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଥିବା ଜଣାପଡିଛି । ସୂଚନା ଅନୁସାରେ ଦେବଗଡ ଆଦର୍ଶ ଥାନା ଅନ୍ତର୍ଗତ ତେଲିସୁଆଁ ଗ୍ରାମର ନିରନ୍ତର ମିଞ୍ଜ, ପିଣ୍ଟୁ ନାୟକ ଓ ସତ୍ୟ ନାୟକ ବାଇକ ଯୋଗେ ନିକଟସ୍ଥ ପାରପୋଷୀ ଗ୍ରାମକୁ ଯାଉଥିବା ବେଳେ ରକ୍ସା ଘାଟିରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଘାଟି ରାସ୍ତାରେ ଭାରସାମ୍ୟ ହରାଇ ସେମାନେ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟିହୋଇଥିଲେ । ଫଳରେ ଘଟଣାସ୍ଥଳରେ ନିରନ୍ତର ମିଞ୍ଜଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଆହତ ହୋଇଛନ୍ତି । ଆହତ ଦୁଇ ଜଣଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଉଭୟ ଆହତଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଦେବଗଡ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି ।

Leave A Reply

Your email address will not be published.

3 + eight =