pakka

ବଜ୍ରପାତରେ ଚାଲିଗଲା ନାବାଳକଙ୍କ ଜୀବନ

bbehera

ଅନୁଗୁଳ : ଅନଗୁଳ ବଡ଼କେରେଜାଙ୍ଗରେ ଚାଷ ଜମିକୁ ମାଆକୁ ଡାକିବାକୁ ଯାଇଥିବା ସମୟରେ ବଜ୍ରପାତରେ ଚାଲିଗଲା ପୁଅର ଜୀବନ । ମୃତକ ଜଣକ ବଡ଼କେରେଜାଙ୍ଗ ଗାଁର ଦୁଷ୍ମନ୍ତ ସାହୁ(୧୭) ବୋଲି ଜଣାପଡିଛି । ସୂଚନା ଅନୁସାରେ ବଡ଼କେରେଜାଙ୍ଗ ଗାଁର ଦୁଷ୍ମନ୍ତଙ୍କ ମା’ ଚାଷ ଜମିକୁ ଯାଇଥିଲେ । ଏହି ସମୟରେ କାଳବୈଶାଖୀ ହୋଇଥିଲା । କାଳବୈଶାଖୀ ସମୟରେ ଚାଷ ଜମିକୁ ଯାଇଥିବା ମାଆକୁ ପୁଅ ଦୁଷ୍ମନ୍ତ ଡାକିବାକୁ ଯାଇଥିଲା । ସେହି ସମୟରେ ଅଚାନକ ବଜ୍ରପାତ ହୋଇଥିଲେ । ଦୁଷ୍ମନ୍ତଙ୍କ ଉପରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ସେ ଅଚେତ ହୋଇ ପଡିଥିଲେ । ତାଙ୍କୁ ତୁରନ୍ତ ଅନୁଗୁଳ ମେଡିକାଲକୁ ପରିବାର ଲୋକ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Leave A Reply

Your email address will not be published.

eighteen − one =