pakka

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ପାଟଣାଗଡ଼ ଏନ.ଏ.ସି ଅଧ୍ୟକ୍ଷା ମାନସୀ ବିଶ୍ୱାଳ

kalikesh

ପାଟଣାଗଡ଼, (ଗୋରେଖନାଥ ବରିହା) : ରାଜ୍ୟସଭା ସାଂସଦ ଭାବରେ ନିରଞ୍ଜନ ବିଶି ମନୋନୀତ ହେବା ପରେ ପାଟଣାଗଡ଼ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଅନୁନ୍ନତ ଅଞ୍ଚଳ, ଦାଦନ ପ୍ରବଣ ଅଞ୍ଚଳ, ମରୁଡ଼ି ପ୍ରବଣ ଅଞ୍ଚଳ, ଆଦିବାସୀ ଅଞ୍ଚଳ ତଥା ଗାଉଁଲି ମଫସଲ ଗାଁରୁ ଆସ୍ଥା ପ୍ରକଟ କରି ଜଣେ ଗରିବ ଆଦିବାସୀ ଶ୍ରେଣୀରୁ ଦେଶର ସର୍ବବୃହତ ଦାୟିତ୍ୱ ରାଜ୍ୟସଭାକୁ ନିରଞ୍ଜନ ବିଶିଙ୍କୁ ପଠେଇ ଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଞ୍ଚଳରେ ସମସ୍ତ ଜନସାଧାରଣ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆଜି ଶ୍ରୀ ବିଶିଙ୍କ ବାସ ଭବନକୁ ଯାଇ ଏନ.ଏ.ସି. ଅଧ୍ୟକ୍ଷା ଶ୍ରୀମତୀ ମାନସୀ ବିଶ୍ୱାଳ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପାଟଣାଗଡ଼ ଏନ.ଏ.ସିକୁ ଏକ ଉନ୍ନତ ତଥା ଆଦର୍ଶ ଏନ.ଏ.ସି. କରିବା ପାଇଁ ଅନୁରୋଧ କରିଥିଲେ । ସେହିପରି ପାଟଣାଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତା ଓ ଥାନାଧିକାରୀ ଅନନ୍ତ ପଧାନ ମଧ୍ୟ ବାସ ଭବନକୁ ଯାଇ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

pp
Leave A Reply

Your email address will not be published.

twelve + ten =