pakka

ବାଇକ୍ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ କୁଇବାହାଲ ଗାଁ ସୋରିପଡାର ଗଗନେଶ୍ୱର ମାଝି(୨୩) ନାମକ ଯୁବକ କଣ୍ଟାବାଞ୍ଜିରୁ ତୁରେକେଲା ଯାଉଥିବା ସମୟରେ ବାଇକ୍ ଦୁର୍ଘଟଣା ଘଟି ମୃତ୍ୟୁବରଣ କରିଥିବା ଜଣାପଡିଛି । ସ୍ଥାନୀୟ ଲୋକେ ଦୁର୍ଘଟଣାଟି ଦେଖି କଣ୍ଟାବାଞ୍ଜି ପୋଲିସକୁ ସୂଚନା ଦେଇଥିବାରୁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥାନୀୟ ଡାକ୍ତରଖାନାକୁ ପହଞ୍ଚାଇ ଚିକିତ୍ସା କରିବା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ଘଟଣା ଶୁଣି ନିଜ ପରିବାର ବର୍ଗ କଣ୍ଟାବାଞ୍ଜି ଡାକ୍ତରଖାନାରେ ଉପସ୍ଥିତ ହୋଇଥିଲେ । ଘଟଣାର ତଦନ୍ତ ପୋଲିସ ଜାରି ରଖିଛି ।

Leave A Reply

Your email address will not be published.

seven − four =