jsm

ହିମାଚଳ ପ୍ରଦେଶର ହାଂପ୍ତା ପାସ ପାହାଡ଼ ଶିଖରରେ ତ୍ରିରଙ୍ଗା ପତାକା ଉଡ଼ାଇଲେ ଅଭିଜିତ

csstore

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳିଙ୍ଗ ଡେୟାର ଡେଭିଲସ ଓ ଥିଲୋଫିଲିଆର ମିଳିତ ଆନୁକୂଲ୍ୟରେ ଚୟନ ହୋଇଥିବା ଓଡ଼ିଶାର ୨୪ ଜଣିଆ ପର୍ବତାରୋହୀ ଦଳ ସମୁଦ୍ରପତ୍ତନ ଠାରୁ ୧୪୦୬୫ ଫୁଟ ଉଚ୍ଚରେ ଥିବା ହିମାଚଳ ପ୍ରଦେଶର ହାଂପ୍ତା ପାସ ପର୍ବତ ଆରୋହଣ କରି ବରଫ ଝଡ଼କୁ ସାମନା କରି ମଧ୍ୟ ସେଠାରେ ଜାତୀୟ ପତାକା ଉଡାଇଥିଲେ । ଏହି ଦଳରେ କଳାହାଣ୍ଡି ଜିଲ୍ଲାର ଅନେକ ଯୁବକଙ୍କ ସହ କେସିଙ୍ଗା ବ୍ଲକ ସିର୍ଜପାଲି ପଞ୍ଚାୟତ ଦିଗସିରା ଗାଁର ଅଭିଜିତ ଦାଶ୍(୧୯) ସାମିଲ ହୋଇଥିଲେ । ତାଙ୍କରି ଏଭଳି ସଫଳତା ପାଇଁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଅଭିଜିତ ହେଉଛନ୍ତି କର୍ଲାମୁଣ୍ଡା ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ନିରୀକ୍ଷକ କିଶୋର ଚନ୍ଦ୍ର ଦାଶ ଓ ମାଁ ମହିଳା ସ୍ୱାସ୍ଥ୍ୟ କର୍ମୀ ନଳିନୀ ପ୍ରଭା ମିଶ୍ରଙ୍କ ପୁଅ ଅଟନ୍ତି । ବର୍ତ୍ତମାନ ସେ କୃଷି ବିଭାଗରେ ଅଧ୍ୟୟନରତ ଅଛନ୍ତି । ଏଥିରେ କଳିଙ୍ଗ ଡେୟର ଡେଭିଲସର ସଭାପତି ଡ଼ ସତ୍ୟପିର ପ୍ରଧାନ ନେତୃତ୍ୱ ନେଇଥିଲେ ।

yuvodaya
Leave A Reply

Your email address will not be published.