ଦଙ୍ଗାକାରୀଙ୍କ ଫଟୋ ଜାରି କଲା ପୋଲିସ, ସହରରେ ଲାଗିଲା ହୋର୍ଡିଂ-ପୋଷ୍ଟର

ରାଞ୍ଚି : ରାଞ୍ଚି ପୋଲିସ ଶୁକ୍ରବାର ଦିନ ହିଂସା ଓ ବିଶୃଙ୍ଖଳା ସହ ଜଡିତ ଦଙ୍ଗାକାରୀଙ୍କ ଚିତ୍ର ପ୍ରକାଶ କରିଛି । ରାଞ୍ଚି ପୋଲିସ ଦୁଇଟି ପୋଷ୍ଟରରେ ଦଙ୍ଗାକାରୀଙ୍କ ଚିତ୍ର ପ୍ରକାଶ କରିଛି । ପ୍ରଥମ ପୋଷ୍ଟରରେ, ୧୮ ଜଣ ଥିବାବେଳେ ଦ୍ୱିତୀୟ ପୋଷ୍ଟରରେ ୧୫ ଦଙ୍ଗାକାରୀଙ୍କ ଚିତ୍ର ପ୍ରକାଶ ପାଇଛି । ଯେଉଁମାନେ ଦଙ୍ଗାକାରୀଙ୍କ ସଂପର୍କରେ ସୂଚନା ଦେବେ, ସେମାନଙ୍କ ସୂଚନା ଗୋପନୀୟ ରଖାଯିବ ବୋଲି ରାଞ୍ଚି ପୋଲିସ କହିଛି । ଅଭିଯୁକ୍ତଙ୍କ ଫଟୋଗ୍ରାଫ୍ ସହିତ ହୋର୍ଡିଂଗୁଡିକ ସହରର ପ୍ରମୁଖ ସ୍ଥାନ ରଖାଯାଇଛି । ରାଜ୍ୟପାଳ ରମେଶ ବୈସଙ୍କ ନିର୍ଦ୍ଦେଶ ପରେ ରାଞ୍ଚି ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ସୋମବାର ରାଜ୍ୟପାଳ ଡିଜିପି ନୀରଜ ସିହ୍ନାଙ୍କ ସମେତ ରାଜ୍ୟର ବରିଷ୍ଠ ପୋଲିସ-ପ୍ରଶାସନିକ ଅଧିକାରୀଙ୍କୁ ଡକାଇ ହିଂସା ଘଟଣାରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଦଙ୍ଗାକାରୀଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କର ଫଟୋଗ୍ରାଫକୁ ସର୍ବସାଧାରଣ ସ୍ଥାନରେ ରଖିବା ପାଇଁ ରାଜ୍ୟପାଳ ଡିଜିପିଙ୍କୁ କହିଥିଲେ, ଯାହା ଦ୍ୱାରା ସାଧାରଣ ନାଗରିକମାନେ ସେମାନଙ୍କ ବିଷୟରେ ସୂଚନା ଦେଇପାରିବେ । ଏହି ନିର୍ଦ୍ଦେଶର ୨୪ ଘଣ୍ଟା ମଧ୍ୟରେ ରାଞ୍ଚି ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

Leave A Reply

Your email address will not be published.

1 × two =