ମା’ ଘଣ୍ଟେଶ୍ୱରୀ ସାହିତ୍ୟ ଘର, ଚିପିଲିମା ଓ ପିତାପାଲି ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ମଙ୍ଗଳୁ ଚରଣ ବିଶ୍ବାଳଙ୍କ ସ୍ମୃତିସଭା

ସମ୍ବଲପୁର : ମା’ ଘଣ୍ଟେଶ୍ୱରୀ ସାହିତ୍ୟ ଘର, ଚିପିଲିମା ଓ ପିତାପାଲି ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ସର୍ବମାନ୍ୟ ସ୍ରଷ୍ଟା ମଙ୍ଗଳୁ ଚରଣ ବିଶ୍ବାଳଙ୍କ ସ୍ମୃତିସଭା ତାଙ୍କ ଜନ୍ମ ମାଟି ପିତାପାଲିଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଓଡିଶା ସାଂସ୍କୃତିକ ସମାଜ ସମ୍ବଲପୁରର ସମ୍ପାଦକ ସରୋଜ ଦାଶ ମୁଖ୍ୟ ବକ୍ତା ଓ ଉତ୍ସର୍ଗର ସଂଯୋଜକ ପ୍ରଶାନ୍ତ କୁମାର ପାଟ୍ଟଯୋଶୀ ଅତିଥି ଭାବରେ ଯୋଗଦେଇ ମଙ୍ଗଳୁ ଚରଣଙ୍କ ସ୍ମୃତି ଚାରଣ କରିଥିଲେ । ଶ୍ରୀ ପାଟ୍ଟଯୋଶୀ ମଙ୍ଗଳୁଙ୍କ ଜନ୍ମ ମାଟିରେ ଏକ ସ୍ମୃତିପୀଠ ହେଉ ବୋଲି ପ୍ରସ୍ତାବ ଦେଇଥିଲେ ଓ ଏହାକୁ ଶ୍ରୀ ଦାସ ସମର୍ଥନ ଜଣାଇ ଗ୍ରାମବାସୀଙ୍କ ସମର୍ଥନ୍ ଲୋଡିଥିଲେ । ଘଣ୍ଟି ସାହିତ୍ୟ ଘର ସହସମ୍ପାଦକ ସୁଧାଂଶୁ ଭୂଷଣ ଷଣ୍ଢ ସଭା ସଂଯୋଜନା କରି ଏହି ଅଞ୍ଚଳର ସାହିତ୍ୟ ପ୍ରେମୀମାନଙ୍କୁ ନେଇ ମଙ୍ଗଳୁ ବିଶ୍ବାଳଙ୍କ ସ୍ମୃତିରେ ଏକ ସାହିତ୍ୟ ଅନୁଷ୍ଠାନ ଗଠନ କରିବାକୁ ପ୍ରସ୍ତାବ ରଖିଥିଲେ । ଉକ୍ତ ସଭାରେ ପିତାପାଲି ଗ୍ରାମବାସୀଙ୍କ ସମେତ ଏହି ଅଂଚଳର ସାହିତ୍ୟ ପ୍ରେମୀ ଭାବରେ ଭବାନୀ ଶଙ୍କର ଭୋଇ, ନରେନ୍ଦ୍ର ଡନସନା, ନେତ୍ରାନନ୍ଦ ବେହେରା, ରାଜେଶିନୀ ଦାଶ, କଲ୍ୟାଣି ସାହୁ, ଗୋଦାବରୀ ଭୋଇ, ବ୍ରହ୍ମରୂପା ପଣ୍ଡା ଓ ଅନ୍ୟମାନେ ମଙ୍ଗଳୁ ବିଶ୍ବାଳଙ୍କ ଉଦ୍ଦେଶ୍ୟରେ ନିଜ ନିଜ ଅନୁଭୂତି ବ୍ୟକ୍ତ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Leave A Reply

Your email address will not be published.

3 × four =