ଶେଷ ଦିନରେ ଜିଲ୍ଲା ପରିଷଦ ପାଇଁ ୧୯ ଜଣ ପାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ପାଟଣାଗଡ, (ଗୋରେଖନାଥ ବରିହା) : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ସରଗରମ ହୋଇ ଉଠୁଛି ପାଟଣାଗଡ ଅଚଂଳ । କିନ୍ତୁ ଚଳିତ ବର୍ଷ କୋଭିତ କଟକଣା ଯୋଗୁଁ ସିମିତ ଲୋକଙ୍କୁ ନେଇ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପାଟଣାଗଡ ଉପଖଣ୍ଡର ବେଲପଡା, ଖପ୍ରାଖୋଲ, ପାଟଣାଗଡ ଆଦି ୩ଟି ବ୍ଲକର ୮ଟି ଜୋନ୍‌ ପାଇଁ ପ୍ରାର୍ଥୀପତ୍ର ଦାଖଲ କରାଯାଇଛି । ଏଥିରେ ସର୍ବମୋଟ ୩୧ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ପତ୍ର ଉପଜିଲ୍ଲାପାଳଙ୍କ ଠାରେ ଦାଖଲ କରିଛନ୍ତି । ଯେଉଁଠିରେ ବିଜେଡି, ବିଜେପି, କଂଗ୍ରେସ ଦଳ ପକ୍ଷରୁ ୮ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ବିଏସ୍‌ପିରୁ ୪ ଜଣ, ଆମ୍‌ ଆଦମୀ ପାର୍ଟିରୁ ଜଣେ ଏବଂ ସ୍ୱାଧିନ ପାର୍ଥୀ ଭାବେ ୨ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେଡି ପ୍ରାର୍ଥୀମାନେ ନବୀନ ପଟ୍ଟନାୟକଙ୍କ ଜନହିତକାରୀ ଯୋଜନାଗୁଡିକୁ ଲୋକଙ୍କ ପାଖରେ ପାହଞ୍ଚାଇବା ପାଇଁ ନିଜ ପ୍ରତିକ୍ରିୟାରେ କହିଥିବା ବେଳେ ବିଜେପି ଓ କଂଗ୍ରେସ ଗାଁମାନଙ୍କ ମୌଳିକ ସମସ୍ୟା ଓ ନାରୀ ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି । ଅନ୍ୟପଟେ ଖପ୍ରାଖୋଲ ଝାକ୍ରିପାଲି ଗାଁର ସୁଭଦ୍ରା ସୁନା, ଏମ୍‌-କମ୍‌ ପାଠ ସାରିକି ଚାକିରି ପଛରେ ନ ପଡି ସମାଜସେବା ପାଇଁ ବହୁଜନ ସମାଜପାର୍ଟିରୁ ଜିଲ୍ଲା ପରିଷଦ ପାର୍ଥୀ ଭାବେ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଏବଂ ଜୋନ ନଂ ୨୬ରୁ ଦେବକୀ ତାଣ୍ଡି ଏମ୍‌ବିଏ ପାଠ ଛାଡିକି ଲୋକଙ୍କ ସେବା କରିବାକୁ ବହୁଜନ ସମାଜ ପାର୍ଟିରୁ ନିର୍ବାଚନ ମଇଦାନରେ ଓହ୍ଲାଉଛନ୍ତି । ଚଳିତ ବର୍ଷ ବିଜେଡି, କଂଗ୍ରେସ, ବିଜେପି ଦଳ ପକ୍ଷରୁ ଉଚ୍ଚ ଶିକ୍ଷିତ ବ୍ୟକ୍ତି ନଜରକୁ ଦେଖାଯାଉନଥିବା ବେଳେ ବିଏସ୍‌ପି ଦଳରୁ ଦୁଇ ଜଣ ଶିକ୍ଷିତ ଛାତ୍ରକୁ ନେଇ ଅଚଂଳରେ ଚର୍ଚ୍ଚା ଜୋର ଧରୁଛି ।

Leave A Reply

Your email address will not be published.

11 − six =

error: Content is protected !!