ଅଗ୍ନିକାଣ୍ଡରେ ଜଳିଗଲା ଘର

  • ଜଳିଗଲା ୩୦ବସ୍ତା ଧାନ, ଚାଉଳ, ବସ୍ତ୍ର ସହ ସାମଗ୍ରୀ : ସହାୟତା ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ବହଲି ଗାଁର ଜୈନିକ ବ୍ୟକ୍ତିଙ୍କ ଘର ଅଗ୍ନିକାଣ୍ଡରେ ଜଳି ଛାରଖାର ହୋଇଯାଇଥିବା ଜଣାପଡିଛି । ଆଜି ସକାଳେ ଗାଁର ଚନ୍ଦ୍ରଭାନୁ ପୋଢ଼ଙ୍କ ବାସଘରେ ନିଆଁ ଲାଗିଯାଇଥିଲା । ଫଳରେ ଘରଟି ସମ୍ପୂର୍ଣ୍ଣ ଭାବରେ ଜଳିଯାଇଥିଲା । ଗାଁ ଲୋକଙ୍କ କହିବା ଅନୁସାରେ ଘରେ ରୋଷେଇ କରୁଥିବା ସମୟରେ ନିଆଁ ଲାଗିଯାଇଥିଲା । ଘରଭିତରେ ଥିବା ୩୦ ବସ୍ତା ଧାନ, ଚାଉଳ, ପନିପରିବା ଓ ପିନ୍ଧିବା ବସ୍ତ୍ର ସହିତ ବହୁତ ଟଙ୍କାର ଆସବାବ ପତ୍ର ପୋଡ଼ିକି ପାଉଁଶ ହୋଇଯାଇଛି । ଖବର ପାଇ ଦେଓଗାଁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଏହି ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

7 − 3 =

error: Content is protected !!