oom

ସାମ୍ବିଧାନିକ ଅଧିକାର ଏବଂ ମୌଳିକ କର୍ତ୍ତବ୍ୟ ସମ୍ବନ୍ଧୀୟ ଆଇନ ସଚେନତନତା ଶିବିର

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ସିଭିଲ କୋର୍ଟ ପରିସର ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଭାଗୃହ ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ନ୍ୟାୟଧିଶ ଲୋକନାଥ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଏକ ଆଇନ ସଚେତନତା କାର୍ୟ୍ୟକ୍ରମ ଅନ୍‌ଲାଇନ୍‌ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ନ୍ୟାୟଧିଶ ଲୋକନାଥ ମହାପାତ୍ର ଏହି ଶିବିରରେ ପ୍ରତ୍ୟକ୍ଷ ଯୋଗଦାନ କରି କିନ୍ନର ମାନଙ୍କର ସାମାଜିକ ସୁରକ୍ଷା ନିମନ୍ତେ ପ୍ରଣୟନ ହୋଇଥିବା ବିଭିନ୍ନ ଆଇନ ସମ୍ବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହ ମାନ୍ୟବର ଉଚ୍ଚନ୍ୟାୟାଳୟ ଦ୍ୱାରା ପ୍ରକାଶିତ ରାୟ ସମ୍ବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଏହି କାର୍ୟ୍ୟକ୍ରମର ଶାଖାର ସଭାପତି ମୀରା ପରିଡ଼ା ଯୋଗଦାନ କରିବା ସମାଜରେ ଏହି ଶ୍ରେଣୀର ବ୍ୟକ୍ତିବିଶେଷ କିପରି ଭାବେ ଆଗକୁ ଆସି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍‌ ହେବା ସହିତ ସମାଜର ବିଭିନ୍ନ ବିଭାଗରେ କିଭଳି ଭାବେ ଯୋଗଦାନ କରୁଛନ୍ତି ତାହା ସଂପର୍କରେ ଆଲୋକପାତ କରିଥିଲେ ।
ଏହାପରେ ସବ୍‌ ଜଜ୍‌ ଜ୍ୟୋତିରଂଜନ ଦାଶ ପ୍ରତ୍ୟେକ ନାଗରିକର ସାମ୍ବିଧାନିକ ଅଧିକାର ସମ୍ବନ୍ଧରେ ବକ୍ତବ୍ୟ ରଖିବା ସହିତ ଏହା ସହିତ ସଂପର୍କିତ ବିଭିନ୍ନ ଧାରା ସଂପର୍କରେ ଆଲୋକପାତ କରିଥିଲେ । ଏହାପରେ ଅତିରିକ୍ତ ସବ୍‌ ଜଜ୍‌ ସସ୍ମିତା ନନ୍ଦିନୀ ତ୍ରୀପାଠୀ ଏବଂ ସବ୍‌ ଜଜ୍‌ ଜନ୍ମେଜୟ ପଲେଇ ଜଣେ ନାଗରିକର ବିଭିନ୍ନ ମୌଳିକ କର୍ତ୍ତବ୍ୟ ସଂପର୍କ ବିସ୍ତୃତ ଆଲୋଚନା କରିଥିଲେ । ପରିଶେଷରେ ପ୍ରାଧିକରଣର ସଚିବ ବିନୟ କୁମାର ପାତ୍ର ପ୍ରାଧିକରଣ ଦ୍ୱାରା ପ୍ରଚଳିତ ବିଭିନ୍ନ ମାଗଣା ଆଇନ ସେବା ସଂପର୍କରେ ଆଲୋକପାତ କରିଥିଲେ ।

jittmm
Leave A Reply

Your email address will not be published.