ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ସ୍ମୃତି ଦିବସ ପାଳିତ

କୁଚିଣ୍ଡା, (କେପିଏନ୍‌ଏସ୍‌) : ଉଭୟ ଇଂରାଜୀ ଓ ଓଡ଼ିଆ ଭାଷା ସାହିତ୍ୟର ବିଶିଷ୍ଟ ସାହିତ୍ୟିକ ପଦ୍ମ ଭୂଷଣ ମନୋଜ ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ତଥା ସ୍ମୃତି ଦିବସ ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦ ପକ୍ଷରୁ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ଆଦିବାସୀ ଭବନରେ ପାଳିତ ଏହି ଉତ୍ସବର ପ୍ରାରମ୍ଭରେ ମନୋଜ ଦାସଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ କରିବା ପରେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ଓ କବିୟତ୍ରୀ ରଜନୀ ପଟେଲ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ମନୋଜ ଦାସ ଜଣେ ଆଧ୍ୟାତ୍ମିକ ସାଧକ ଏବଂ ସାରସ୍ୱତ ଶିଳ୍ପୀ ଭାବରେ ବିଶ୍ୱ ବିକ୍ଷାତ ବୋଲି କହିଥିଲେ । ଶେଷରେ ଅନୁଷ୍ଠାନର କୋଷାଧକ୍ଷ ଟୁନା ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

19 − 12 =

error: Content is protected !!