jsm

କୋଶଲ ବିଚାର ମନ୍ଥନ ସମ୍ମିଳନୀ

csstore

ବରଗଡ଼, (ନିରୋଜ କୁମାର ପାଣୀ) : କୋଶଲ ସମନ୍ୱୟ ସମିତିର ଆହ୍ୱାନରେ ଆଜି ଅଗ୍ରଗାମୀ ଯୁବକ ସଂଘ, ବରଗଡ଼ ଠାରେ କୋଶଲ ବିଚାର ମନ୍ଥନ ସମ୍ମିଳନୀର ଆୟୋଜନ ହୋଇଯାଇଛି । ଏଥିରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରୁ ଶତାଧିକ କୋଶଲ ସଂଗ୍ରାମୀ, କୋଶଲ ପ୍ରେମୀ ତଥା ବିଭିନ୍ନ ସଂଗଠନର କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ । ଉକ୍ତ ସଭାରେ ଆସନ୍ତା ସେପ୍ଟେମ୍ବର ୭ ତାରିଖରେ କୋଶଲ ମହାବନ୍ଦ ପାଳିତ ହେବା ସହିତ ଆଗାମୀ ଦିନରେ କୋଶଲ ଆନ୍ଦୋଳନକୁ ଆହୁରି ତୀବ୍ର ତଥା ସୁଦୃଢ କରିବା ପାଇଁ ସମସ୍ତ କୋଶଲ ବାଦୀ ସଂଗଠନମାନଙ୍କୁ ନେଇ ଏକ ବୃହତ ମଞ୍ଚ “କୋଶଲ କ୍ରିୟାନୁଷ୍ଠାନ କମିଟି” ଗଠନ କରିବାକୁ ଆଜିର ବିଚାର ମନ୍ଥନ ସମ୍ମିଳନୀରେ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହାଛଡା କୋଶଲ ମୁକ୍ତି ମୋର୍ଚ୍ଚାର ଆହ୍ୱାନ କ୍ରମେ ଆସନ୍ତା ଜୁଲାଇ ୫ ତାରିଖରେ ହେବାକୁ ଥିବା ବିଧାନ ସଭା ଘେରାଉ କାର୍ଯ୍ୟକ୍ରମକୁ ସକ୍ରିୟ ସମର୍ଥନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ତଥା ଆଗାମୀ ଦିନରେ ପଶ୍ଚିମ ଓଡିଶାର ବିଭିନ୍ନ ପ୍ରାନ୍ତରେ ତଥା ପ୍ରତ୍ୟକ ଜିଲ୍ଲାରେ କୋଶଲ ବିଚାର ମନ୍ଥନ ସମ୍ମିଳନୀର ଆୟୋଜନ କରାଯିବ ଏବଂ ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବୀକୁ ଆହୁରି ଦୃଢ଼ କରିବା ପାଇଁ କୋଶଲ କ୍ରିୟାନୁଷ୍ଠାନ କମିଟି ତରଫରୁ ସର୍ବସାଧରଣଙ୍କୁ ନେଇ ଏକ ବୃହତ ସମ୍ମିଳନୀ କରାଯିବାର ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବିଶିଷ୍ଟ କୋଶଲ ବାଦୀ ନେତା ପ୍ରମୋଦ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ କେୱାଇସିସି, କୋଶଲ ମୁକ୍ତି ମୋର୍ଚ୍ଚା, କୋଶଳ ସେନା, ପଶ୍ଚିମ ଓଡିଶା ଯୁବା ମଞ୍ଚ, କୋଶଲ କ୍ରାନ୍ତି ଦଳ, ପଶ୍ଚିମ ଓଡିଶା ଯୁବାମାଞ୍ଚ, କୃଷକ ସଂଘର୍ଷ ସମିତି, ପ୍ରମୁଖ କୋଶଲ ବାଦୀ ସଂଗଠନର ପ୍ରତିନିଧି ଯୋଗଦାନ କରିଥିଲେ । ତେବେ କୋଶଲ ବାଦୀ ସଂଗଠକ କେଦାର ମିଶ୍ର, ସୁରେନ୍ଦ୍ର ପଣ୍ଡା, ପ୍ରମୋଦ ଝାଙ୍କର, ଅବନିକାନ୍ତ ପଣ୍ଡା, ଲିପିସିତ ମିଶ୍ର ପ୍ରମୁଖ ସଂଯୋଜନା କରିଥିଲେ ।

yuvodaya
Leave A Reply

Your email address will not be published.