pakka

ପ୍ରକଳ୍ପ ନିର୍ଦେଶକ ଡିଆର୍‌ଡିଏଙ୍କ ଦ୍ୱାରା ସୋନପୁର ବ୍ଲକ କାର୍ଯ୍ୟର ସମୀକ୍ଷା ବୈଠକ

bbehera

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ନୂତନ ଡିଆର୍‌ଡିଏ ପ୍ରକଳ୍ପ ନିର୍ଦେଶକ ନିହାର ରଞ୍ଜନ କଁହରଙ୍କୁ ସୋନପୁର ବ୍ଲକ ପ୍ରଶାସନ ତରଫରୁ ବ୍ଲକ ସଭା ଗୃହରେ ଏବିଡ଼ିଓ ଶଶିଭୂଷଣ ପ୍ରଧାନ ଓ ଅନ୍ୟ ବ୍ଲକ କର୍ମଚାରୀ ପ୍ରମୁଖ ସ୍ୱାଗତ କରିଥିଲେ । ପରେ ପରେ ପ୍ରକଳ୍ପ ନିର୍ଦେଶକ ବ୍ଲକର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ବିଶେଷ କରି ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଗ୍ରାମୀଣ ଆବାସ ଯୋଜନା, ଓଡିଶା ଜୀବନ ଜୀବିକା ମିଶନ, ରାଜ୍ୟ ଅର୍ଥ ଆୟୋଗ ଓ କେନ୍ଦ୍ର ଅର୍ଥ ଆୟୋଗ ଦ୍ୱାରା ଆବଣ୍ଟିତ ଅର୍ଥର ସୁବିନିଯୋଗ ଉପରେ ବୈଠକରେ ବିଭାଗୀୟ ସମ୍ପୃକ୍ତ କର୍ମଚାରୀଙ୍କୁ ପଚାରି ବୁଝିବା ସହ କାର୍ଯ୍ୟର ସ୍ଥିତି ଓ ଅଗ୍ରଗତିର ସମୀକ୍ଷା କରିଛନ୍ତି । ସରକାରଙ୍କ ପ୍ରତ୍ୟେକ ଯୋଜନାର ସୁଫଳ ଯେପରି ତୃଣମୂଳ ସ୍ତରରେ ଯୋଗ୍ୟ ହିତାଧିକାରୀ ପାଇପାରିବେ ସେଥିପ୍ରତି ବିଶେଷ ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ ବ୍ଲକ ସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଓଡିଶା ଜୀବିକା ମିଶନ ଜରିଆରେ ଅଧିକରୁ ଅଧିକଯୋଗ୍ୟ ହିତାଧିକାରୀ ସାମିଲ କରି ଗ୍ରାମୀଣ ଅର୍ଥ ବ୍ୟବସ୍ଥାରେ ଉନ୍ନତି ଆଣିବା ସହ ଗ୍ରାମୀଣ ଜୀବନ ଯାପନ ଶୈଳୀରେ ପରିବର୍ତ୍ତନ ଆଣିବାକୁ ପରାମର୍ଶ ଦେଇଛନ୍ତି ପ୍ରକଳ୍ପ ନିର୍ଦେଶକ ଶ୍ରୀ କଁହର । ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଶ୍ରମ ଦିବସ ଲକ୍ଷ୍ୟ ଧାର୍ଯ୍ୟକୁ ସମୟ ଅବଧି ମଧ୍ୟରେ ପୂରଣ କରିବାକୁ ନିର୍ଦେଶ ଦେବା ସହ ସରକାରଙ୍କ ମହତ୍ୱକାଂକ୍ଷୀ ଗ୍ରାମୀଣ ଆବାସ ଯୋଜନାର ଧାର୍ଯ୍ୟ ଲକ୍ଷ୍ୟକୁ ଶତ ପ୍ରତିଶତ ପୂରଣ କରିବା ସହିତ ଆବାସ କାର୍ୟ୍ୟ ରେ କୌଣସି ପ୍ରକାର ଅନୈତିକତା କୁ ବରଦାସ୍ତ କରାଯିବନାହିଁ ବୋଲି ନିର୍ଦେଶ ଦେଇଛନ୍ତି । ବ୍ଲକ ଦ୍ୱାରା କାର୍ଯ୍ୟକାରୀ ସମସ୍ତ ଯୋଜନା/ପ୍ରକଳ୍ପ ଗୁଡିକୁ ସମୟ ଅବଧି ମଧ୍ୟରେ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଲକ୍ଷ୍ୟ ଧାର୍ଯ୍ୟକୁ ପୂରଣ କରିବା ସହ ଅର୍ଥ ବିନିଯୋଗ ପ୍ରମାଣ ପତ୍ରକୁ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି । ବୈଠକରେ ଏବିଡିଓ ଶଶୀଭୂଷଣ ପ୍ରଧାନ ଓ ଅନ୍ୟ ବ୍ଲକ ଅଧିକାରୀ, କର୍ମଚାରୀ ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

17 + 8 =